Breaking

ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ ! ହତ୍ୟା ସନ୍ଦେହ

0

ପିପିଲି: ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଅଧୀନ ପାଇକପଡା ଗ୍ରାମ ନିକଟ କେନାଲବନ୍ଧ କଡ ବିଲ ମଝିରେ ଥିବା ଏକ ଆକାଶିଆ ଗଛରୁ ପୁଲିସ ଗୁରୁବାର ସକାଳେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ମୃତକମାନେ ହେଲେ ଦୁର୍ଗାଦାଶପୁର ଗ୍ରାମର ଲବ ଓରଫ ଆବୁଆ ପୃଷ୍ଟି (୨୬) ଓ ରାଉତପଡା ଗ୍ରାମର ସୌଦାମିନୀ ବେହେରା (୨୪) ।ଉଭୟ କିଛି ଦିନ ତଳେ କୋର୍ଟରେ ମଧ୍ୟ ବିବାହ କରିଛନ୍ତି । କିନ୍ତୁ ଉଭୟଙ୍କ ପରିବାର ଲୋକ ଦୁହିଁଙ୍କ ବିବାହ ପାଇଁ ସମ୍ମତି ଦେଉ ନଥିଲେ । ତେବେ ଆଜି ସକାଳୁ ରାଉତପଡ଼ାର ବିଲର ଏକ ଗଛରେ ଦୁହିଁଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି ।ସେମାନଙ୍କ ପାଟିରେ କପଡ଼ା ବନ୍ଧା ଯାଇଥିବାବେଳେ ବେକରେ ମଧ୍ୟ ଦାଗ ରହିଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣା ସ୍ଥଳରେ ପଡିଥିବା ଏକ ଜରି, କିଛି ଖାଦ୍ୟ ଭର୍ତ୍ତି ପଲିଥିନ, ଉଭୟଙ୍କ ଚପଲ ଆଦିକୁ ପୁଲିସ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି।

You May Like Here:
            ⇓

loading...

Leave A Reply

Your email address will not be published.