Breaking

ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍‌ କର୍ମଚାରୀ ସସ୍‌ପେଣ୍ଡ୍‌

0

କଟକ: ଓକିଲଙ୍କୁ ପୁଲିସର ମାଡ ଘଟଣାରେ ଗୁରୁବାର କଟକ ଡିସିପି ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ହାବିଲଦାର ପି.କେ ବେହେରା, କନଷ୍ଟେବଲ ବି​‌.କେ ସାମଲ ଏବଂ ୟୁ.କେ ଭୂୟାଁ। ଏଥିସହ ଜଣେ ହୋମଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି ।
ସୂଚନାଥାଉ କି, କଟକ ନୂଆବଜାର ଅଞ୍ଚଳରେ ଗତ ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଆର୍‌ ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଆଇନଜୀବୀମାନେ ଚାଉଳିଆଗଞ୍ଜ ଥାନା ମଧ୍ୟ ଘେରାଉ କରିଥିଲେ।

You May Like Here:
            ⇓

loading...

Leave A Reply

Your email address will not be published.