Breaking

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

0

ଖୋର୍ଧା: ଖୋର୍ଧାର ଏକ ପ୍ରତିଷ୍ଠିତ କଲେଜ ହଷ୍ଟେଲରେ ଜଣେ ୧୬ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।ଛାତ୍ରୀ ନିଜ ହଷ୍ଟେଲ ରୁମର ଫ୍ୟାନରେ ଆତ୍ମହତ୍ୟା କରିଥିଲେ । ମୃତ ଛାତ୍ରୀଙ୍କ ଜଣେ ସାଙ୍ଗ ମୃତଦେହ ଝୁଲୁଥିବା ଦେଖି ସୂଚନା ଦେଇଥିଲେ । ମୃତ ଛାତ୍ରୀ ହେଉଛନ୍ତି କଣାସ ବ୍ଲକ ଅନ୍ତର୍ଗତ ଜଙ୍କିଆ ଗାଁ ର ସ୍ୱପ୍ନପ୍ରିୟା ବଲିଆରସିଂ ।ଖବର ପାଇଁ ଖୋର୍ଧା ଟାଉନ ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଜିଲ୍ଲା ମୁଖ୍ୟହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଏକ ଅପମୃତ ମାମଲା ରୁଜୁ କରାଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

You May Like Here:

            ⇓

 

loading...

Leave A Reply

Your email address will not be published.