Breaking

ଅଳ୍ପକେ ବର୍ତ୍ତିଲେ ବାପା ମା ! ୮୦ କିଲୋମିଟର ସ୍ପିଡରେ ଛୁଆକୁ ଧରି ଆପେ ଆପେ ଚାଲିଲା ବାଇକ୍‌

0

ବେଙ୍ଗାଲୁରୁ:କଥାରେ ଅଛି ରଖେ ହରି ତ’ ମାରେ କିଏ।ଏକ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଛୋଟ ଶିଶୁଟି ଯେପରି ଭାବରେ ରକ୍ଷା ପାଇ ଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ବାଇକରେ ଯିବାବେଳେ ଦୁର୍ଘଟଣାର ଶୀକାର ହେଉଛନ୍ତି ବାପା ମାଆ। କିନ୍ତୁ ବାଇକର ଆଗରେ ବସିଥିବା ଏକାକୀ ୫ ବର୍ଷର ଶିଶୁଟି କିଛି ବାଟ ଯିବା ପରେ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଖୁଣ୍ଟରେ ବାଜି ରାସ୍ତା ପାର୍ଶ୍ୱରେ ଲାଗିଥିବା ଗାଲିଚା ତଳେ ପଡ଼ିଯାଉଛି।କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ୮୦ କିଲୋମିଟର ସ୍ପିଡରେ ଥିବା ଗାଡି ଉପରେ ବସିଥାଏ ୫ ବର୍ଷର ଶିଶୁଟି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ପିଲାଟିର କୌଣସି କ୍ଷତି ହୋଇ ନାହିଁ। ବରଂ ପିଲାଟି ଆଣ୍ଠେଇପଡ଼ି ରାସ୍ତା ଆଡ଼କୁ ଅନାଉଛି।ଏହି ଦୁର୍ଘଟଣାରେ ପିଲାଟିର ବାପା-ମା’ ଗୁରୁତର ହୋଇଥିବା ବେଳେ ପିଲାଟି କିନ୍ତୁ ସୌଭାଗ୍ୟକ୍ରମେ ରକ୍ଷା ପାଇଯାଇଛି।ଏହାକୁ କେହି କେହି ଇଶ୍ୱରଙ୍କ ଚତ୍ମକାର ବୋଲି କହୁଛନ୍ତି।

You May Like Here:

            ⇓

loading...

Leave A Reply

Your email address will not be published.