Breaking

ଭିଏସଏସ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

0

ଭିଏସଏସନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟମ୍ନ ଶତପଥୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଶ୍ରୀ ଶତପଥୀ ଭାରତୀୟ ପରମ୍ପରା, ବେଦପୁରାଣ ତଥା ପୂର୍ବସୁରୀର ବିଜୟର ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଯୋଗ ଦେଇ ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା, ଯାହା ଥିଲା ପାଇକ ବିଦ୍ରୋହ । ରଣରଙ୍କା ପାଇକମାନେ ବ୍ରିଟିସମାନଙ୍କ ସହିତ ସମ୍ମୁଖ ଯୁଦ୍ଧରେ ଅବତରଣ କରିଥିଲେ । ସେମାନଙ୍କ ସଂଗ୍ରାମ , ବଳିଦାନ ଓ ଦେଶାତ୍ମଭାବ ପରବର୍ତ୍ତୀ ସମୟରେ ଭାରତକୁ ଇଂରେଜ କବଳରୁ ମୁକ୍ତ କରିଥିଲା ଏବଂ ଦେଶ ସ୍ୱାଧୀନ ହୋଇଥିଲା । ଗଡ଼େଶ୍ୱର ହାଟ ବଣିକ ସଂଘର ସଭାପତି ଲକ୍ଷ୍ମଣ କୁମାର ସାହୁ ଏଥିରେ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ସକାଶେ ବରିଷ୍ଠ ସାମ୍ବାଦିକ ଡ.ରମାକାନ୍ତ ମହାନନ୍ଦ, ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ବିଏମ୍‍ସି ଜାଗୃତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ପୁଲିସ କର୍ମଚାରୀ ବିଶ୍ୱାମିତ୍ର ଗମାଙ୍ଗୋ ଓ ସିମାଦ୍ରୀ ଶବର, ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମଣ ସାହୁ, ସମ୍ପାଦକ ମନୋରଞ୍ଜନ ସାହୁଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ସାଠୁଆ, ଉତ୍ତମ କୁମାର ମହାନ୍ତି, କୋଲକଚନ୍ଦ୍ର ଦଳେଇ ପ୍ରମୁଖ ଯୋଗଦେଇଥିଲେ । ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

loading...

Leave A Reply

Your email address will not be published.