Breaking

ସିବିଆଇ ର ସମନ। ଚିନ୍ତାରେ ଅତନୁ ଓ ଅରୁଣ।

0

ଭୂବନେଶ୍ବର:ଶାସକ ଦଳକୁ ସିବିଆଇ ଚିନ୍ତା । ଗତ ୩ ଓ୪ ଦିନ ହେବ ସିବିଆଇ ସମନକୁ ନେଇ ଯେଉ ଅଭିଛନ୍ଦି ଥିଲା ସେଥିରୁ ଆଜି ପରଦା ଉଠିଛି । ସିବିଆଇରେ ହାଜର ହେବେ ଅତନୁ ଓ ଅରୁଣ । ସିବିଆଇର ସମନ ପରେ ଗଣମାଧ୍ୟମରେ ଅରୁଣ ସାହୁ କହିଛନ୍ତି, ଯେ ତାଙ୍କୁ କାହିଁକି ସିବିଆଇ ଡାକିଛି ତାହା ଜାଣିବା ପାଇଁ ତାଙ୍କର ଉତ୍କଣ୍ଠା ରହିଚି । ତେବେ ସେ ତାଙ୍କର ଦୋଷ କଣ ତାହା ଜାଣି ନାହାନ୍ତି ବୋଲି ମତ ଦେଇଛନ୍ତି । ଖୁବ୍ ଶୀଘ୍ର ସିବିଆଇରେ ହାଜର ହୋଇ ସେ ପକ୍ଷ ରଖିବେ ବୋଲି କହିଛନ୍ତି । ସିବିଆଇରୁ ସମନ ପାଇଥିବା ସ୍ୱୀକାର କଲେ ଅତନୁ ସବ୍ୟସାଚୀ । ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସମନ ପାଇଛି, ସିବିଆଇରେ ହାଜର ହୋଇ ମୋଠାରୁ ଯାହାବି ଆଶା କରାଯିବ ମୁ ସାହାଯ୍ୟ କରିବି।ତେବେ ନିର୍ବାଚନ ରୁତୁ ପାଖେଇ ଆଶୁଥିବା ବେଳେ ଶାସକ ଦଳ ନେତାଙ୍କୁ ସମନ ଭୋଟ ବ୍ୟାଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର ।

loading...

Leave A Reply

Your email address will not be published.