Breaking

କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶତ ରାଣୀ ରାଜା

0

ଭୁବନେଶ୍ବର : ଲୋକପ୍ରିୟ ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ରେ ‘ଅନେଶ୍ବତ ରାଣୀ ରାଜା’ ପମ୍ ପମ୍ ପମ୍ ସିରିଜ୍ ଡିସେମ୍ବର ୨ ରୁ ଆରମ୍ଭ ହୋଇଯାଇଛି। ଏହି କାହାଣୀଟି ଏକ ଯୁବକର। ଯେ ସୋସିଆଲ ମିଡିଆ ଜରିଆରେ ଝିଅମାନଙ୍କ ସହ ବନ୍ଧୁତା ସ୍ଥାପନ କରି , ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ସହିତ ଶାରିରିକ ସମ୍ପର୍କ ଓ ତାଙ୍କ ପାଖରୁ ଟଙ୍କା ନେବାକୁ ଚେଷ୍ଟା କରେ । ଦୁଇଜଣ ଝିଅ ଏବଂ ଜଣେ ବିବାହିତା ମହିଳାଙ୍କୁ ନେଇ ସେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହୁଏ ତାହା କାହାଣୀର ବିଷୟବସ୍ତୁ । କଞ୍ଚା ଲଙ୍କା ର ଏହି ୱେବ୍ ସିରିଜରେ ପପୁ ପମ୍ ପମ୍, ଅଙ୍କିତା, ପାୟଲ ଓ ଶୁଶ୍ରୀ ସହିତ ଅନେକ କଳାକାର ଅଭିନୟ କରିଛନ୍ତି। ପ୍ରଯୋଜକ ସଙ୍ଗୀତା ଶତପଥୀ ଓ ସହ ପ୍ରଯୋଜକ ଭାବରେ ପ୍ରଦୀପ କୁମାର ସ୍ୱାଇଁ ଏହି ୱେବ୍ ସିରିଜରେ
ରମେଶ ରାଉତ ନିର୍ଦ୍ଦେଶନା ଦେଇଛନ୍ତି। ପପୁ ପମପମଙ୍କ କାହାଣୀ ଓ ପରିକଳ୍ପନା ସହ ରୂପସାଗର ଏହାର ସଂଳାପ ଲେଖିଛନ୍ତି। ରଞ୍ଜନ ଖଟେଇ ଏହାର ସମ୍ପାଦନା କରିଛନ୍ତି । ପୂର୍ବରୁ ରିଲିଜ ହୋଇଥିବା ଅନେକ ୱେବ୍ ସିରିଜ ପରି ଏହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଞ୍ଚାଲଙ୍କାର କ୍ରିଏଟିଭ୍ ହେଡ୍
ପ୍ରଣୟ ଜେଠୀ କହିଛନ୍ତି l

loading...

Leave A Reply

Your email address will not be published.