Breaking

ଜିଆଇ ଟ୍ୟାଗ୍ ପାଇଁ ୯ଟି ସାମଗ୍ରୀର ହେଲା ମୂଲ୍ୟାୟନ

ଚେନ୍ନାଇରୁ ଆସିଥିବା ପ୍ରତିନିଧି ଦଳ କଲେ ଯାଞ୍ଚ

0

ଭୁବନେଶ୍ବର:ଜିଆଇ ଟ୍ୟାଗ ପାଇଁ ୯ ସାମଗ୍ରୀର ମୂଲ୍ୟାୟନ କରାଯାଇଛି । ଚେନ୍ନାଇରୁ ଏକ ୬ ଜଣିଆ ପ୍ରତିନିଧି ଆସି ଏହି ମୂଲ୍ୟାୟନ କରିଛନ୍ତି । ୯ଟି ସାମଗ୍ରୀ ମଧ୍ୟରେ ୪ଟି ଖାଦ୍ୟଜନିତ ସାମଗ୍ରୀ ରହିଥିବା ବେଳେ ଦୁଇଟି କୃଷିଜାତ ଏବଂ ତିନୋଟି ହସ୍ତତନ୍ତ ସାମଗ୍ରୀ ରହିଛି । ମୟୂରଭଞ୍ଜର ପ୍ରସିଦ୍ଧା କାଇ ଚଟଣୀ ଓ ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ୍ ମିଳିପାରେ । ସେହିପରି ଗଜପତିର ଖଜୁରୀ, ତାଳ ଗୁଡ଼ ଏବଂ କେନ୍ଦ୍ରାପଡ଼ା ପ୍ରସିଦ୍ଧା ରସାବଳିକୁ ମଧ୍ୟ ଜିଆଇ ଟ୍ୟାଗ ପାଇଁ ମୂଲ୍ୟାୟନ କରାଯାଇଛି । ଏହାବ୍ୟତୀତ କୋରାପୁଟର କଲାଜିରା ରାଇସ, ନୟାଗଡ଼ର କଂଟେଇମୁଣ୍ଡି ବାଇଗଣ, ଲାଞ୍ଜିଆ ସୌରା କଳା, ଡଙ୍ଗରିଆ କନ୍ଧ ବୁଣା ଶାଲ, କଟକ ରୂପା ତାରକସୀକୁ ମଧ୍ୟ ଜିଆଇ ଟ୍ୟାଗ ମିଳିବା ନେଇ ମୂଲ୍ୟାୟନ କରାଯାଇଛି । ଉତ୍ପାଦନକାରୀ ନିଜ ସାମଗ୍ରୀର ବିସ୍ତୁତ ତଥ୍ୟ ଦେଲା ପରେ ଏହାର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଦଳ । ତେବେ ଏ ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଆବଶ୍ୟକ ଥିବା ଅବଶିଷ୍ଟ ତଥ୍ୟ ଜିଆଇକୁ ଦାଖଲ କରିବା ପାଇଁ କହିଛନ୍ତି ବିଶେଷଜ୍ଞ ଟିମ୍ ।

୯ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ!
– ଜିଆଇ ଟ୍ୟାଗ ପାଇଁ ୯ ସାମଗ୍ରୀର ମୂଲ୍ୟାୟନ
– ଚେନ୍ନାଇରୁ ୬ଜଣିଆ ପ୍ରତିନିଧି କଲେ ମୂଲ୍ୟାୟନ
– କାଇ ଚଟଣି, ମଗଜି ଲଡୁ, କେନ୍ଦ୍ରାପଡ଼ା ରସାବଳୀର ମୂଲ୍ୟାୟନ
– ନୟାଗଡ଼ କଂଟେଇ ବାଇଗଣ, ଲାଞ୍ଜିଆ ସୌରା କଳାକୁ ମିଳିପାରେ ଜିଆଇ ଟ୍ୟାଗ
– ଡଙ୍ଗରିଆ କନ୍ଧ ବୁଣା ଶାଲ, କଟକ ରୂପା ତାରକସୀ କାମର ମୂଲ୍ୟାୟନ
– ନିଜ ସାମଗ୍ରୀର ବିସ୍ତୃତ ତଥ୍ୟ ଦେଲେ ଉତ୍ପାଦନକାରୀ

loading...

Leave A Reply

Your email address will not be published.