Breaking

ଦିଲ୍ଲୀ : କରୋଲବାଗର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ :୨ ଗୁରୁତର

0

ଦିଲ୍ଲୀ : ଦିଲ୍ଲୀର କରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଅଗ୍ନିକାଣ୍ଡ । ୧୭ ଜଣ ମୃତ, ୨ ଗୁରୁତର । ୩୪ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ଦିଲ୍ଲୀ କରୋଲବାଗରେ ଥିବା ହୋଟେଲ ଅର୍ପିତା ପ୍ୟାଲେସର ଉପର ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ଜୀବନ ବିକଳରେ ୩ ଜଣ ବ୍ୟକ୍ତି ୪ମହଲା ଉପରୁ ଡେଇଁ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ୨୪ଟି ଦମକଳ ଗାଡ଼ି କାର୍ଯ୍ୟରେ ଲାଗିଥିଲେ । ହୋଟେଲ ମଧ୍ୟରୁ ୩୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଦମକଳ ବାହିନୀ । ନିଆଁ ଲାଗିଲାବେଳେ ସମସ୍ତେ ଶୋଇଥିବାରୁ ୧୬ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଦମକଳ ବାହିନୀ କଠିନ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଆହତଙ୍କୁ ନୋଇଡା ମେଟ୍ରୋ ହାର୍ଟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ନିଆଁ କାହିଁକି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଅଧିକ ତଦନ୍ତ ଚଳାଇଛି ।

loading...

Leave A Reply

Your email address will not be published.