Breaking

ଗୁଗଲରେ ଲେଖନ୍ତୁନି ଏ ସବୁ ଶବ୍ଦ, ନ ହେଲେ…

0

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି। ଗୁଗଲ ପାଖରେ ସମସ୍ତ ପ୍ରଶ୍ନର ଉତ୍ତର ରହି ଥିବାରୁ ଆମେ ସମସ୍ୟାରେ ପଡିଲେ ତୁରନ୍ତ କିଛି ନା କିଛି ଶବ୍ଦ ଟାଇପ୍‌ କରି ସମାଧାନର ସୂତ୍ର ଖୋଜୁ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଶବ୍ଦ ରହିଛି ଯାହାକୁ ସର୍ଚ୍ଚ କରିବା ଆପଣଙ୍କ ଉପରେ ଭାରି ପଡିପାରେ। ଏଥିପାଇଁ ଆପଣଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡିପାରେ। ତେବେ ଆସନ୍ତୁ ଜାଣିବା ଗୁଗଲରେ କେଉଁ ସବୁ ଶବ୍ଦ ଲେଖି ସର୍ଚ୍ଚ କରିବା କଥା ନୁହେଁ।

ଦିନକୁ ଦିନ ଆତଙ୍କବାଦ ସମସ୍ୟା ବୃଦ୍ଧି ହେଉଛି। ଆତଙ୍କବାଦ ନିପାତ ପାଇଁ ସରକାର ଅଧିକ କ୍ରିୟାଶୀଳ ହୋଇପଡିଛି। ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ୍‌ର କିଛି କି-ୱାର୍ଡ୍ସ ସୁରକ୍ଷା ଏଜେନ୍ସି ପାଖରେ ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ଏମିତି କିଛି ଆପତ୍ତି ଜନକ ଶବ୍ଦ ଟାଇପ୍‌ କରନ୍ତୁନି । ଅଡୁଆରେ ପଡିପାରନ୍ତି। ସେହିପରି କିଛି ଶବ୍ଦ ହେଉଛି, “how to Make bomb”, “backpack bomb”, “How to Preferred for Lone Wolf Attack”, “How to Join ISIS”, ‘How to Deal A Train’, ‘How to Attack a Aircraft’ ଇତ୍ୟାଦି। ଏପରି ୱାର୍ଡ୍‌ ଗୁଗଲ୍‌ରେ ସର୍ଚ୍ଚ କରନ୍ତୁ ନାହିଁ। ଏପରି ସର୍ଚ୍ଚ କରିବା ଲୋକଙ୍କୁ ପୂର୍ବରୁ ପୋଲିସ୍‌ ଧରିସାରିଛି।

ଆଉ କ’ଣ ରହିଛି ଅସୁବିଧା

– ଅଧିକାଂଶ ଲୋକେ ଅସୁସ୍ଥ ଅନୁଭବ କରିବା ମାତ୍ରେ ଡାକ୍ତରଙ୍କୁ ନ ଦେଖାଇ ଗୁଗଲରୁ ଏହାର ସମାଧାନର ବାଟ ଖୋଜିଥାନ୍ତି। ଅଧିକା ସ୍ମାର୍ଟନେସ୍‌ ଦେଖାଇ ଗୁଗଲ କହିଥିବା ମେଡିସିନ୍‌ ଖାଇଥାନ୍ତି। ଅନେକ ସମୟରେ ଏପରି ଏକ୍ସପରିମେଣ୍ଟ୍‌ ଆପଣଙ୍କ ଉପରେ ଭାରି ପଡିପାରେ।

– ଆବର୍ସନ କରିବା ଉପାୟ। ଏହା ଏକ ସମ୍ବେଦନଶୀଳ ବିଷୟ। ଯାହାକି ଲୋକେ ଗୁଗଲରେ ସର୍ଚ୍ଚ କରିଥାନ୍ତି। ଗୁଗଲରେ ଦର୍ଶାଯାଇଥିବା ଉପାୟ ସବୁକୁ ଆପଣେଇଲେ ଆପଣଙ୍କ ଜୀବନ ଯିବାର ମଧ୍ୟ ଭୟ ରହିଛି। ଗର୍ଭପାତ କରାଇବାକୁ ଚାହୁଁଥିଲେ ନିଜେ ଡାକ୍ତର ନ ହୋଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

– ପର୍ଣ୍ଣ ସାଇଟ୍‌ ଭିୟୁ କରିବା ଖରାପ ନୁହେଁ । କିନ୍ତୁ ଏହି ସାଇଟ୍‌ ଦେଖିବା ଲାଗି ଚାଇଲ୍ଡ ପର୍ଣ୍ଣ ଶବ୍ଦ ଟାଇପ୍‌ କରନ୍ତୁ ନାହିଁ। ଏଭଳି ପର୍ଣ୍ଣ ଭିଡିଓ ତିଆରି କରିବା ଓ ଦେଖିବା ଆଇନ୍‌ ଅନୁଯାୟୀ ଅପରାଧ। ଯଦି ଆପଣ ଏପରି କିଛି ସାଇଡ୍‌ ସର୍ଚ୍ଚ୍‌ କରୁଛନ୍ତି ତେବେ ଏଥିପାଇଁ ଜେଲ୍‌ ମଧ୍ୟ ଯିବାକୁ ପଡିପାରେ।

loading...

Leave A Reply

Your email address will not be published.