Breaking

ଅପରେସନ ଥିଏଟରରେ ନର୍ସକୁ କିସ୍ କରି ଚାକିରିରୁ ବିଦା ହେଲେ ଡାକ୍ତର

0

ଉଜ୍ଜୈନ୍‌: ହସ୍ପିଟାଲ୍‌ର ଅପରେସନ୍‌ ଥିଏଟର୍‌ ଭଳି ଜାଗାରେ ନର୍ସଙ୍କୁ ଚୁମ୍ୱନ ଦେବା ଜଣେ ସିଭିଲ୍‌ ସର୍ଜନ୍‌ଙ୍କୁ ବେଶ୍‌ ମହଙ୍ଗା ପଡ଼ିଛି। ଚୁମ୍ୱନ ଦୃଶ୍ୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଡାକ୍ତର ଜଣଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ତାଙ୍କୁ ତୁରନ୍ତ ପଦରୁ ବହିଷ୍କାର କରାଯାଇଛି। ଘଟଣାଟି ମଧ୍ୟ ପ୍ରଦେଶର ଉଜ୍ଜୈନ୍‌ରେ ଥିବା ଏକ ହସ୍ପିଟାଲ୍‌ରେ ଘଟିଛି। ଏହି ଖବର ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ଅପରେସନ ଥିଏଟରର ଏହି ଦୃଶ୍ୟ ଭାଇରାଲ ହେବା ପରେ ମଧ୍ୟ ସଂପୃକ୍ତ ନର୍ସଙ୍କୁ ପଚରାଉଚରା କରାଯାଉଛି । କିନ୍ତୁ ପୋଲିସ ନିକଟରେ କୌଣସି ଏଫଆଇର ଦାୟର ହୋଇନାହିଁ ।

loading...

Leave A Reply

Your email address will not be published.