Breaking

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁୁ ଦୀପାବଳି ଉପହାର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି ଯେ, ‘ଅର୍ଥ ବ୍ୟବସ୍ଥାର ଚାହିଦା ବଢାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଚାହିଦା ପ୍ରୋତ୍ସାହିତ କରିବା ପାଇଁ ସରକାର ଉପଭୋକ୍ତା ଖର୍ଚ୍ଚ ଓ ପୁଞ୍ଜି ବ୍ୟୟ ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି । ସରକାର ଏଲଟିସି କ୍ୟାସ ଭାଉଚର ଓ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଆଣିଛନ୍ତି । ବଜାରରେ ଚାହିଦା ବଢାଇବା ପାଇଁ ଖର୍ଚ୍ଚ ଏହି ରାଶି ଆଗୁଆ ଦିଆଯିବ ବୋଲି ସୀତାରମଣ କହିଛନ୍ତି ।

ବିନା ସୁଧରେ ୧୦ ହଜାର ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ନେଇ ପାରିବେ କର୍ମଚାରୀ। ଏହି ଟଙ୍କା ୧୦ଟି କିସ୍ତିରେ ପଇଠ କରିବାକୁ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକକାଳୀନ ଫେଷ୍ଟିଭାଲ ଆଡଭାନ୍ସ ଦେବା ଦ୍ୱାରା ୪ ହଜାର କୋଟି ଖର୍ଚ୍ଚହେବ। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଫାଇଦା ଉଠାଇବା ସହ ପବ୍ଲିକ୍‌ ସେକ୍ଟର କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଏହି ସ୍କିମ୍‌ର ଫାଇଦା ଉଠାଇପାରିବେ। ଆସନ୍ତା ମାର୍ଚ୍ଚ ୩୧ ଯାଏ ଏହି ସ୍କିମ୍‌ର ବୈଧତା ରହିବା ନେଇ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.