Breaking

ରକ୍ତାଭାବ ଦୂର କରିବା ଲକ୍ଷ୍ୟରେ ଜୀବନ ବିନ୍ଦୁ:ଡଃ ପ୍ରକାଶ ତ୍ରିପାଠୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ” #ରକ୍ତ_ଅଭାବରୁ_ଜୀବନ_ହାନି_ନ_ ହେଉ” # ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଲଗାଣ ପ୍ରବଳ ବର୍ଷା ସତ୍ବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୭ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଯୁବ ସମାଜସେବୀ ମାନସ କୁମାର ଦାଶ ଓ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦିକା ମଧୁସ୍ମିତା ଦାସଙ୍କ ତତ୍ତ୍ଵାବଧନରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।


ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଉତ୍ତର ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଓଡ଼ିଶା ମୋ ପରିବାର ଦାୟିତ୍ୱରେ ଥିବା ବିଜେଡ଼ି ସମ୍ପାଦକ ରୁଦ୍ର ସାମନ୍ତରାୟ, ସମୀର କୁମାର ପ୍ରଧାନ, ବିଜେଡି ସମ୍ପାଦକ ଅମରଜିତ୍ ସେନାପତି, ଉତ୍ତର ବିଜେଡ଼ି ସଭାପତି ସୂର୍ଯ୍ୟକାନ୍ତି ଜେନା, ଜିଲ୍ଲା ବିଜେଡ଼ି ଉପସଭାପତି ମିହିର କୁମାର ରାଉତ, ମନୋଜ କୁମାର ସାହୁ, ହରିଶ୍ କୁମାର ମୁର୍ମୁ, ଯୁବବିଜେଡ଼ି ଭୁବନେଶ୍ୱର ସଭାପତି ସମରେଶ ବେହୁରା, ଯୁବ ବିଜେଡ଼ି ଜୋନ୍ ସଭାପତି ବିଜୟ କେତନ ସାହୁ, ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ବାଣୀ କଲ୍ୟାଣ ମହାନ୍ତି, ସୌମ୍ୟ ରଞ୍ଜନ ତ୍ରିପାଠୀ, ଯୁବ ବିଜେଡ଼ି ଉପସଭାପତି ଜ୍ୟୋତ୍ସ୍ନା ପରିଡ଼ା, ଯୁବ ବିଜେଡ଼ି ନେତା ଲୋକେଶ କୁମାର, ସୂର୍ଯ୍ୟ ନାରାୟଣ ମହାନ୍ତି, ସୌମ୍ୟ ରଞ୍ଜନ ପ୍ରଧାନ, ଛାତ୍ର ବିଜେଡ଼ି ସମ୍ପାଦିକା ସବନମ ବେଗମ୍ ,କ୍ଷୀରୋଦ ବଳିୟାର ସିଂ , ବିଜେଡ଼ି ନେତ୍ରୀ ମନ୍ଦାକିନୀ କର, ମନୋରମା ସିଂ ପାତ୍ର, କଳ୍ପନା ମହାନ୍ତି, ଇତିଶ୍ରୀ ଦାସ , ସ୍ଥାନୀୟ ବିଜେଡ଼ି ନେତା ସନ୍ତୋଷ କୁମାର ଦାଶ ଓ ଦେବାଶିଷ ପରିଡ଼ା ଓ ଅମୂଲ୍ୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ଶେଷରେ ୫୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

loading...

Leave A Reply

Your email address will not be published.