Breaking

ଭାରତର ଶେଷ ବିଶ୍ବକପ୍ ମ୍ୟାଚ୍ ଧୋନିଙ୍କ ଅନ୍ତିମ ମ୍ୟାଚ୍‌ ହେବ!

0

ବର୍ମିଂହାମ୍ ୩ା୭: ଏହାକୁ ଆପଣ ଭାରତୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ରହସ୍ୟ କହିପାରନ୍ତି। ଅନୁମାନ କରାଯାଉଛି ଯେ ଚଳିତ ବିଶ୍ବକପ୍‌ରେ ଭାରତର ଶେଷ ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନିଙ୍କର ଭାରତ ପାଇଁ ଅନ୍ତିମ ମ୍ୟାଚ୍ ହେବ। ଏହି ମ୍ୟାଚ୍ ପରେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ କିମ୍ବଦନ୍ତୀ ପାଲଟିଥିବା ଧୋନି ଆନ୍ତର୍ଜାତିକ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିବେ।
ଯଦି ଭାରତ ଚଳିତ ବିଶ୍ବକପ୍‌ର ଫାଇନାଲରେ ପହଞ୍ଚେ ଏବଂ ଆସନ୍ତା ୧୪ରେ ଲର୍ଡସରେ ଫାଇନାଲ ଖେଳି ଚମ୍ପିଆନ୍ ହୁଏ; ତେବେ ଏହା ଭାରତୀୟ କ୍ରିକେଟ୍‌ର ମହାନ୍ ସେବକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଶ୍ରେଷ୍ଠ ବିଦାୟ ଭେଟି ହେବ। ଏହାକୁ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଧୋନିଙ୍କ ବିଷୟରେ ଆପଣ କିଛି ବି କହିପାରିବେ ନାହିଁ। ତେବେ ବିଶ୍ବକପ୍ ପରେ ସେ ଭାରତ ପାଇଁ ଖେଳିବେ ବୋଲି ଲାଗୁନାହିଁ। ଯେପରି ଧୋନିଙ୍କର ୩ଟିଯାକ ଫର୍ମାଟରୁ ଅବସର ​‌େ​‌ନବାର ଘୋଷଣା ଆକସ୍ମିକ ଥିଲା; ଆନ୍ତର୍ଜାତିକ କ୍ରିକେଟ୍‌ରୁ ତାଙ୍କ ଅବସର ନେବା ବିଷୟରେ କିଛି କହି ହେବନାହିଁ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳାଯିବାକୁ ଥିବା ବେଳେ ବର୍ତ୍ତମାନର ସିନିୟର ମନୋନୟନ କମିଟି ଏଥିପାଇଁ ଯୋଜନା କରିବ। ଅକ୍ଟୋବରରେ ନୂତନ ମନୋନୟନ କମିଟି ଦାୟିତ୍ବ ନେବା ପରେ ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ଆଖିରେ ରଖି ସେମାନେ ଖେଳାଳି ମନୋନୟନ କରିବେ। ଭାରତ ଚଳିତ ବିଶ୍ବକପ୍‌ର ସେମିଫାଇନାଲ ଖେଳିବାକୁ ଯାଉଥିବା ବେଳେ ଧୋନିଙ୍କ ଅବସର ଘୋଷଣା ପରି ସମ୍ବେଦନଶୀଳ ପ୍ରସଙ୍ଗରେ କେହି କିଛି କହିବାକୁ ଠିକ୍ ମନେ କରୁନାହାନ୍ତି। ଚଳିତ ବିଶ୍ବକପ୍‌​‌େ​‌ର ଧୋନି ୭ଟି ଇନିଂସ ଖେଳି ୯୩ରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ୨୨୩ ରନ୍ କରିଥି​‌େ​‌ଲ ହେଁ ଶେଷଆଡ଼କୁ ଦ୍ରୁତଗତିରେ ସେ ସ୍କୋର୍ କରି ନପାରିବାରୁ ସମାଲୋଚିତ ହୋଇଛନ୍ତି। କିଛି କ୍ରିକେଟ ପଣ୍ଡିତ ଧୋନିଙ୍କଠାରେ ଉଦ୍ୟମର ଅଭାବ ବୋଲି କହୁଥିବା ବେଳେ ଅନ୍ୟ କିଛି ବୟସାଧିକ୍ୟ ଯୋଗୁଁ ସେ ଏପରି କରି ପାରୁନାହାନ୍ତି ବୋଲି କହୁଛନ୍ତି। ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ପରି କ୍ରିକେଟର ଧୋନିଙ୍କୁ ସମାଲୋଚନା କରୁଥିବା ବେଳେ ବିସିସିଆଇ ମଧ୍ୟ ଚାହୁଁନାହିଁ ଯେ ବିଶ୍ବକପ୍ ପରେ ଧୋନି ଭାରତ ପାଇଁ ଖେଳିବା ଜାରିରଖନ୍ତୁ। ତେବେ ଦଳ ମଧ୍ୟରୁ ଧୋନିଙ୍କ ପ୍ରତି ପ୍ରବଳ ସମର୍ଥନ ରହିଛି ଏବଂ ପ୍ରତି ସାମ୍ବାଦିକ ସମ୍ମିଳନୀରେ ପ୍ରତ୍ୟେକ ଖେଳାଳି ଦଳରେ ଧୋନିଙ୍କ ଉପସ୍ଥିତିର ଫାଇଦା କଥା କହିଛନ୍ତି। ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଫାଇନାଲ ପରେ ଧୋନିଙ୍କ ଅବସର ନେବା କଥା ଉଠିଥିଲା। ତେବେ ୨୦୧୯ ବିଶ୍ବକପ୍ ପର୍ଯ୍ୟନ୍ତ ଧୋନିଙ୍କୁ ଖେଳାଇବାକୁ ମନୋନୟନ କମିଟି ନିଷ୍ପତ୍ତି ନେଇଥିଲା। ଏହା ସତ ଯେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅବସର ନେବାକୁ କେହି ମଧ୍ୟ କହିବେନାହିଁ। ତେବେ ବିଶ୍ବକପ୍ ପରେ ମନୋନୟନକାରୀଙ୍କର ଭିନ୍ନ ଯୋଜନା ଥିବା ନିଶ୍ଚୟ ଏବଂ ଏହାର ସୁରାକ ଧୋନି ପାଇ ସାରିଥିବେ।
ଧୋନି ୯୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୮୭୬ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୬ଟି ଶତକ ଓ ୩୩ଟି ଅର୍ଦ୍ଧଶତକ ରହିଛି। ସେହିପରି ୩୪୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଧୋନି ୧୦୭୨୩ ରନ୍‌ ସଂଗ୍ରହ କରିଥିବା ବେଳେ ୧୦ଟି ଶତକ ଓ ୭୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟ୍ବେଣ୍ଟି୨୦ରେ ଧୋନି ଜାତୀୟ ଦଳ ତରଫରୁ ୯୮ଟି ମ୍ୟାଚ୍‌ରେ ପ୍ରତିନିଧିତ୍ବ କରି ୧୬୧୭ ରନ୍ କରିଛନ୍ତି। ସେଥିରେ ୨ଟି ଅର୍ଦ୍ଧଶତକ ରହିଛି।

loading...

Leave A Reply

Your email address will not be published.