Breaking

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ୩ବର୍ଷୀୟ ଶିଶୁ ରୋଷେୟା

0

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ୩ବର୍ଷୀୟ ଶିଶୁ ଚହଳ ସୃଷ୍ଟି କରିଛନ୍ତି। ଆମେରିକାର ରୋମନ୍‌ ବେଲ୍‌ଭିଲେ ପୁରା ଦୁନିଆକୁ ନିଜ ଅଦ୍ଭୁତ କାର୍‌ନାମା ଜରିଆରେ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ରୋମନ୍‌ ୟୁଟ୍ୟୁବ୍‌ରେ ଏବେ ଜଣେ ଲୋକପ୍ରିୟ ରୋଷୟା ପାଲଟିଛନ୍ତି। ପିଜ୍ଜାଠୁ ନେଇ କେକ୍‌ ସବୁକିଛି ନିଜେ ତିଆରି କରୁଥିବାର ଭିଡିଓ ଏବେ ୟୁଟ୍ୟୁବ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ରୋମନ୍‌ଙ୍କ ମା’ ପୂର୍ବରୁ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍‌ ଚଳାଉଛନ୍ତି। ଏଥିରେ ସେ ଲୋକଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଶିଖାଇଥାନ୍ତି। ଏକ ଭିଡିଓରେ ରୋମନ୍‌ ମା’ଙ୍କ ସହ ରୋଷେଇ କରୁଥିବାର ନଜର ଆସିଥିଲେ। ଏହାପରେ ରୋମନ୍‌ ଏତେ ଲୋକପ୍ରିୟ ହୋଇଗଲେ ଯେ, ତାଙ୍କ ମା’ଙ୍କ ୟୁଟ୍ୟୁବ୍‌ ସବ୍‌ସ୍କ୍ରାଇବର୍ସ ୧୮୬ ରୁ ୩୫୦୦୦ରେ ପହଞ୍ଚିଗଲା। ୟୁଟ୍ୟୁବ୍‌ରେ ରୋମନ୍‌ଙ୍କ ଭିଡିଓକୁ କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ନେଦର୍‌ଲ୍ୟାଣ୍ଡ୍‌ ସମେତ ୧୪୦ଟି ଦେଶର ଲୋକେ ଦେଖିସାରିଛନ୍ତି।

loading...

Leave A Reply

Your email address will not be published.