Breaking

ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0

କୋଣାର୍କ:ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁନାବର ବିଶ୍ୱାଳ। ତାଙ୍କ ଘର ଅସ୍ଥରଙ୍ଗର ବଳଭଦ୍ରପୁର ଅଞ୍ଚଳରେ।
ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍‌ରେ ସଜ୍ଜା କାଟୁ ଥିଲେ।ଗତକାଲି ମୁନାବାରଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

loading...

Leave A Reply

Your email address will not be published.