Breaking

ଓଡ଼ିଶାରେ ମୋମୋ ଗେମ୍ ନେଲା ଇଂଜିନିୟରିଂ ଛାତ୍ରଙ୍କ ଜୀବନ

0

ଭୁବନେଶ୍ୱର: ବ୍ଲୁହେ୍ଵଲ ଚ୍ୟାଲେଞ୍ଜ ପରେ ଏବେ ମୋମୋ ଚ୍ୟାଲେଞ୍ଜ । ସୋସିଆଲ ମିଡିଆରେ ଖେଳୁଛି ମୋମୋ ହ୍ଵାଟସଆପ୍ ଚ୍ୟାଲେଞ୍ଜ । ଇଏ ବି ଏକ ସୁଇସାଇଡ୍ ଗେମ୍ ଠିକ୍ ବ୍ଲୁହେ୍ଵଲ ଭଳି । ହ୍ଵାଟସଆପରେ ଏକ ନମ୍ବର ଭାଇରାଲ ହୋଇଛି । ଏହି ନମ୍ବରର ପ୍ରୋଫାଇଲ୍ ଫଟୋରେ ଏକ ଭୟାନକ ଝିଅର ଚେହେରା ରହିଛି । ତାରି ନାଁ ହେଉଛି ମୋମୋ । ଏହାକୁ କନେକ୍ଟ କଲେ ଆରମ୍ଭ ହେଉଛି ଚ୍ୟାଲେଞ୍ଜ । ତେଣୁ ଏହାର ଫାଶରେ ନପଡ଼ିବାକୁ ସମସ୍ତଙ୍କୁ ଚେତାବନୀ ଦିଆଯାଇଛି ।ମୋମୋ ଭଳି ସାଂଘାତିକ ଖେଳ ଖେଳି ରାଉରକେଲା ସହରର ରେଲୱେ କଲୋନି ଅଞ୍ଚଳର ଛାତ୍ର ଚେତନ କୁମାରଙ୍କ ଜୀବନ ହାରିଥିବା ଜଣାପଡ଼ିଛି। ଚେତନ ନିଜ ମୋବାଇଲରେ ମୋମୋ ଖେଳକୁ ଡାଉନଲୋଡ କରି ଖେଳିବା ଆରମ୍ଭ କରିଥିଲେ । ଏହି ଖେଳ ତାଙ୍କୁ ଏତେ ପାଗଳ କରିଥିଲା ଯେ ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ଗୁରୁତର ଅବସ୍ଥାରେ ଚେତନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚେତନର ମୃତ୍ୟୁ ହୋଇଥିଲା ।ସେ ଭୁବନେଶ୍ୱର ର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ଥିଲେ । ଚେତନର ମୋବାଇଲକୁ ଲ୍ୟାପଟପ ସହ ସଂଯୋଗ କରିବା ପରେ ଚେନ୍ନାଇ ପୁଲିସ ସମସ୍ତ ତଥ୍ୟ ପାଇଥିବା ଦାବି କରିଛି ।

You May Like Here:
            ⇓

loading...

Leave A Reply

Your email address will not be published.