Breaking

ମାଡି ଆସୁଛି ସାମୁଦ୍ରିକ ବାତ୍ୟା ପାବୁକ : ୭ ଜିଲ୍ଲାକୁ ଆଲର୍ଟ

0

ଭୁବନେଶ୍ୱର : ତିତଲି ଓ ପେଥାଇ ପରେ ମାଡି ଆସୁଛି ବାତ୍ୟା ପାବୁକ। ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ରହିଛି ପାବୁକ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଜାନୁଆରୀ ୫ ଅପରାହ୍ନ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।ତେବେ ୬ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଣ୍ଡାମନ ପାରି କରିବ ପାବୁକ । କାଳକ୍ରମେ ବାତ୍ୟା ପଶ୍ଚିମ-ପୂର୍ବ ଦିଗରେ ଗତି କରି ମାଆଁମାର ଆଡକୁ ଗତି କରିବ । ଜାନୁଆରୀ ୮ ତାରିଖ ସୁଦ୍ଧା ଏହା ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ବାତ୍ୟା ପାବୁକ ପ୍ରଭବାରେ ସମୁଦ୍ର ଅଶାନ୍ତ ରହବା ନେଇ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେପଟେ ୭ ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ,କେନ୍ଦ୍ରାପଡା ,ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି ।

loading...

Leave A Reply

Your email address will not be published.