Breaking

୫ରେ ବିଦ୍ୟାର୍ଥୀ ସେବା ସମ୍ମାନ-୨୦୧୯

0

ଭୁବନେଶ୍ବର : ବିଦ୍ୟାର୍ଥୀମାନେ ଯେକୌଣସି ଦେଶ ବା ରାଷ୍ଟ୍ରର ସର୍ବଶେଷ ଓ ସର୍ବଶ୍ରେଷ୍ଠ ସମ୍ବଳ । ବିଦ୍ୟାର୍ଥୀମାନଙ୍କର ବିକାଶ ବିନା ଯେକୌଣସି ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବପର ନୁହେଁ । ବିଦ୍ୟାର୍ଥୀମାନଙ୍କର ଏହି ବିକାଶ ପ୍ରକ୍ରିୟାଟି ବହୁଦା ବିଭକ୍ତ ଯଥା : ମାନସିକ, ଶାରୀରିକ, ସାମାଜିକ, ସାଂସ୍କୃତିକ, ବୌଦ୍ଧିକ, ନୈତିକ ଓ ଆଧ୍ୟାତ୍ମିକ । ମଣିଷର ପୂର୍ଣାଙ୍ଗ ବିକାଶ ପାଇଁ ବିଦ୍ୟାର୍ଥୀମାନଙ୍କର ସମ୍ପୂର୍ଣ୍ଣ ଶୈଖିକ ବିକାଶର ଅଭିବୃଦ୍ଧି ଏକାନ୍ତ ଜରୁରୀ । ଉକ୍ତ ଶିକ୍ଷା ନିମନ୍ତେ ବିଦ୍ୟାର୍ଥୀମାନଙ୍କର ଉତ୍ତିର୍ଣ୍ଣ କୈଶୋର ଓ ଆସନ୍ନ ତାରୁଣ୍ୟର ସନ୍ଧିକ୍ଷଣ ହିଁ ସର୍ବଶ୍ରେଷ୍ଠ ସମୟ ।
ସମ୍ପୃକ୍ତ ସମୟର ସର୍ବଶ୍ରେଷ୍ଠ ଉପଯୋଗୀତା ପାଇଁ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ବିକାଶ ସହିତ ସାମିଲ କରି ସେମାନଙ୍କର ବହୁବିଧ କୃତ୍ତି ଓ କୀର୍ତ୍ତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ପ୍ରୟାସ ଜାରି ରଖି ସଖା ଓ ସେବା ପ୍ରୟାସ ଫାଉଣ୍ଡେସନ୍ ସମ୍ମିଳିତ ଉଦ୍ୟମରେ ସ୍ଥାୟୀ ଭାବେ ଫେବୃୟାରୀ ୫ତାରିଖକୁ ବିଦ୍ୟାର୍ଥୀ ସେବା ସମ୍ମାନ ଦିବସ ଭାବେ ପାଳନ କରିବା ପାଇଁ ସଂଯୁକ୍ତ ସଙ୍ଗଠନ ସଂକଳ୍ପ ଘୋଷଣା କରିଛି । ତଦନୁଯାୟୀ ଚଳିତବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରୁ ମେଧାବୀ ଛାତ୍ରମାନଙ୍କୁ ଆମନ୍ତ୍ରଣ କରାଯାଇ ଉକ୍ରଳ ମଣ୍ଡପଠାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ସାରା ଦେଶରେ ବିଦ୍ୟାର୍ଥୀ ସେବା ସମ୍ମାନ ଦିବସ ପାଇଁ ରାଷ୍ଟ୍ରସ୍ତରରେ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହେବ । ସମ୍ପୃକ୍ତ ସଙ୍ଗଠନର ଆବାହକ କିନ୍ନର ନେତ୍ରୀ ପୂର୍ବଭାରତ ମହାମଣ୍ଡଳେଶ୍ୱର ମୀରାପରିଡ଼ା ସଙ୍ଗଠନର ଆଭିମୁଖ୍ୟ ଓ ବିଦ୍ୟାର୍ଥୀ ସେବା ସମ୍ମାନ ବିଚାରଧାରା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ ।
ଏହି ସଙ୍ଗଠନ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ପୂର୍ଣ୍ଣାଙ୍ଗ ଶୈଖିକ ବିକାଶ ପାଇଁ ସର୍ବୋତ୍ତମ ପ୍ରଚେଷ୍ଟା ଜାରି ରଖିବ ବୋଲି ମୀରା ପରିଡ଼ା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଶିଷ୍ଟ ସମାଜସେବୀ ସୁଶ୍ରୀ ଲିଙ୍କନ ସୁବୁଦ୍ଧି ଏହି ବିଦ୍ୟାର୍ଥୀ ସେବା ସମ୍ମାନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ରୂପରେଖର ନକ୍ସାଙ୍କନ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ ।

loading...

Leave A Reply

Your email address will not be published.