Breaking

ଟଳିଲା ବଡ଼ ବିପତ୍ତି : ପଶ୍ଚିମବଙ୍ଗ ମୁହାଁ ‘ତିତଲି’

0

ଗୋପାଳପୁର:ସାମୁଦ୍ରିକ ଝଡ ‘ତିତ୍‌ଲି ଗୋପାଳପୁରରେ ତ୍ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଛି। ପଲାସା ଓ ଶ୍ରାକାକୁଲମ ଦେଇ ଗତିକରିଛି ଏହି ବାତ୍ୟା। ଗୁରୁବାର ଭୋର ୫.୨୫ ସମୟରେ ‘ତିତ୍‌ଲି’ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗ ପଟ୍ଟନମରେ ସ୍ଥଳଭାଗ ଛୁଇଁବା ପରେ ସେଠାରେ ବର୍ଷା ସାଙ୍ଗକୁ ୧୩୦ କିମି ବେଗରେ ପବନ ବହୁଛି।ତେବେ ଦିନ ସାଢେ ୧୧ଟା ସୁଦ୍ଧା ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ ତିତଲି। ଏବଂ ଅପରାହ୍ନରେ ୬୦ରୁ ୭୦କିଲୋମିଟର ରହିବ ପବନର ଗତି । ଏହାର ପ୍ରଭାବରେ ଉପକୂଳବର୍ତୀ ଅଂଚଳରେ ଜାରି ରହିବ ବର୍ଷା । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୩ତାରିଖ ବେଳକୁ ଓଡ଼ିଶାରେ ସ୍ୱାଭାବିକ ହେବ ପାଣିପାଗ ।
ଅପରପକ୍ଷେ ତିତ୍‌ଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି।ତେବେ ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜ୍‌ବେଷ୍ଟସ୍‌ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି।

loading...

Leave A Reply

Your email address will not be published.