Breaking

ଏଭଳି ଏକ ମ୍ୟୁଜିୟମ ଯେଉଁଠାରେ ବ୍ରେକଅପ ପରେ ସାଇତି ରଖାଯାଏ ଅଭୁଲା ସ୍ମୃତି

0

ଶାହାଜାହାନ, ମୁମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ଏକଥା ସମସ୍ତେ ଭଲଭାବେ ଅବଗତ । ହେଲେ ଆଜି ଆସନ୍ତୁ ଜାଣିବା ଏଭଳି ଜଣେ ପ୍ରେମିକଙ୍କ ବିଷୟରେ ଯିଏ ପ୍ରେମରେ ବିଫଳ ହୋଇ ଏକ ମ୍ୟୁଜିୟମ ନିର୍ମାଣ କରିଛନ୍ତି । କ୍ରୁଏସିଆରେ ରହିଥିବା ଏହି ମ୍ୟୁଜିୟମଟି ଜନ୍ମ ନେଇଥିଲା ବ୍ରେକଅପରୁ । ଏହାର ଫାଉଣ୍ଡର ବ୍ରେକଅପ ପରେ ଏଭଳି ଏକ ମ୍ୟୁଜିୟମର ନିର୍ମାଣ କରିବା ପାଇଁ ଚିନ୍ତା କରିଥିଲେ ।

ତାଙ୍କ ଅନୁସାରେ ରିଲେସନସିପର ଖରାପ ଏବଂ ଭଲ ସମୟକୁ ମନେରଖିବାକୁ ଏହାଠାରୁ ବଡ ପ୍ରମାଣ ଆଉ କିଛି ନାହିଁ । ଏହାକୁ ଦେଖି ପ୍ରେମିକ ଏବଂ ପ୍ରେମିକା ମାନେ ସେମାନଙ୍କ ସ୍ମୃତିକୁ ଉଦଜୀବୀତ କରିପାରିବେ । ଏହି ମ୍ୟୁଜିୟମରେ ପ୍ରେମିକା ପ୍ରେମିକାମାନେ ଅନ୍ୟଜଣଙ୍କୁ ଦେଇଥିବା ଗିଫ୍ଟ, ଲଭ ଲେଟର୍ସ ସ୍ଥାନ ପାଇଛି ।

ବିଶେଷକରି ଯେଉଁମାନଙ୍କର ବ୍ରେକଅପ ହୋଇଯାଇଛି ସେହିମାନେ ମ୍ୟୁଜିୟମକୁ ପ୍ରେମର ପ୍ରତୀକ ସବୁକୁ ଡୋନେଟ କରିଛନ୍ତି । ସାରା ବିଶ୍ୱର ବହୁ କଲେକ୍ସନ ଏହି ମ୍ୟୁଜିୟମରେ ରହିଛି । ଖାଲି ସେତିକି ନୁହେଁ ପ୍ରେମିକ ପ୍ରେମିକାମାନେ ପଠାଇଥିବା କିଛି ସୁନ୍ଦର ସମେଜ ମଧ୍ୟ ଏଥିରେ ସ୍ଥାନ ପାଇଛି ।

ସବୁଠାରୁ ମଜାକଥା ହେଲା ଏହି ମ୍ୟୁଜିୟମକୁ ଜଣେ ପ୍ରେମିକ ଏକ କୁରାଡି ପ୍ରଦାନ କରିଛନ୍ତି । ପ୍ରେମିକା ଧୋକାଦେଇ ଚାଲିଯିବା ପରେ ପ୍ରେମିକ ଜଣଙ୍କ ତାଙ୍କ ଘରର ସମସ୍ତ ଫର୍ଣ୍ଣିଚରକୁ ଏହି କୁରାଢିରେ ହାଣି ଖଣ୍ଡ ଖଣ୍ଡ କରିଦେଇଥିଲେ ।

You May Like Here:
            ⇓

loading...

Leave A Reply

Your email address will not be published.