ଭୁବନେଶ୍ୱର:ଦୀର୍ଘଦିନ ଧରି ରାଜଧାନୀ ତଥା ଆଖପାଖ ଅଞ୍ଚଳରୁ ଚୋରି ଯାଇଥିବା ଏକ ବାଇକ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କ ବଡଗଡ଼ ଥାନା ପୋଲିସ ଗିରଫ କରିଛି। ଓକିଲ ଓ ରୋଗୀ ବେଶରେ ଆସି କରୁଥିଲେ ବାଇକ୍ ଚୋରି । ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ୪୭ଟି ବାଇକ୍କୁ ଜବତ କରିଛି କମିଶନରେଟ୍ ପୋଲିସ।ଏମାନଙ୍କ ମଧ୍ୟରୁ ଜଣେ ଅଭିନିବ ଢଙ୍ଗରେ ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଛି । ସଂପୃକ୍ତ ବ୍ୟକ୍ତି ଶଶୀଭୂଷଣ ଦାସ ବୋଲି ଜଣାପଡିଛି । ଶଶୀଭୂଷଣ ବିଭିନ୍ନ ବେଶ ଧରି ବିଭିନ୍ନ ସ୍ଥାନରୁ ଅଭିନବ ଢଙ୍ଗରେ ଲୁଟ କରୁଥିଲେ । କୋର୍ଟରେ ଓକିଲ ହୋଇ ସେ ଲୁଟ କରୁଥିବାବେଳେ ମେଡିକାଲରେ ରୋଗୀ ବେଶରେ ବି ଲୁଟ କରୁଥିଲା ।ଏହାପରେ ଭୁବନେଶ୍ୱର ବରଗଡ଼ ଥାନାରେ ଚାଲିଥିବା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ଚୋରୀ ଯାଇଥିବା ଲୋକଙ୍କୁ ସେମାନଙ୍କ ବାଇକ୍ ଫେରାଇ ଦିଆଯାଇଛି।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’