Breaking

ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ ଆୟାର

0

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅପମାନିତ କରିଥିବା ଓ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରିଥିବା ଅଭିଜିତ ଆୟାର ମିତ୍ର ଆଜି ତୃତୀୟ ଥର ର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି।ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମ୍ମୁଖରେ ଅଭିଜିତ ନିଜର ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠର ତର୍ଜମା କରାଯିବ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।ଏହା ପୂର୍ବରୁ ଗତ ମାସ ୨୩ ତାରିଖରେ ଅଭିଜିତ୍‌ ଗୃହ କମିଟି ଆଗରେ ହାଜର ହୋଇଥିଲେ। ଏଥିସହ ସେ ତାଙ୍କ ବୟାନ ରଖିବା ସହ କ୍ଷମା ମାଗିଥିଲେ। ତେବେ ସେ ଦେଇଥିବା ବୟାନକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ।ଅଭିଜିତଙ୍କୁ ଆଉ ଏକ ତାରିଖ ପ୍ରଦାନ ସ୍ୱରୂପ ନଭେମ୍ବର ୨ରେ କମିଟି ଆଗରେ ହାଜର ହେବା ପାଇଁ କୁହାଯାଇଥିଲା।

loading...

Leave A Reply

Your email address will not be published.