Breaking

ସଙ୍କଟରେ ଆମେରିକା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସୁପର ପାୱାର ଆମେରିକା ଏବେ କରୋନା ସଂକ୍ରମଣ ମାମଲେ ଚୀନ ଓ ଇଟାଲିକୁ ଟପି ଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଭିନ୍ନ ଦାବି ସତ୍ୱେ ଏହି ମହାମାରୀ ଭୁତାଣୁକୁ ନିୟନ୍ତ୍ରଣକୁ ଆଣିପାରି ନାହିଁ ଆମେରିକା । କରୋନା ମହାମାରୀ ଏବେ ଜଙ୍ଗଲର ନିଆଁ ଭଳି ପୁରା ଆମେରିକାକୁ ସଂକ୍ରମିତ କରିବାକୁ ବସିଲାଣି । ଏବେ କରୋନା ସଂକ୍ରମିତ ଦେଶ ତାଲିକାର ଶୀର୍ଷରେ ରହିଛି ଆମେରିକା । ଶୁକ୍ରବାର ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫ ହଜାର ୬୧୨କୁ ଛୁଇଁଛି ଓ ମୃତ୍ୟୁ ସଂଖ୍ୟା ୧୩୦୧ରେ ପହଂଚିଛି । ଏହାପଛକୁ ଦ୍ୱିତୀୟ ସ୍ଥାନରେ ରହିଛି କରୋନାର ଉତ୍ପତିସ୍ଥଳ ଚୀନ । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୩୪୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୨୯୨ । ତୃତୀୟ ସ୍ଥାନରେ ଥିବା ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ୫୮୯ ଓ ମୃତ୍ୟୁ ସଂଖ୍ୟା ୮ହଜାର ୨୧୫ରେ ପହଂଚିଛି ।

loading...

Leave A Reply

Your email address will not be published.