ଭୁବନେଶ୍ୱର: ଦିନକରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଏନେଇ ଟ୍ୱିଟ୍ କରିଛି । ବେଶୀ ଚିନ୍ତା ବଢ଼ାଇଛନ୍ତି ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା । ତାଙ୍କ ଠାରୁ ୭ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପ୍ରଦୀପ୍ତଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ତାଙ୍କ ଘରେ ରହୁଥିବା ଭଡ଼ାଟିଆ ଏମିତି ୭ ଜଣ ପ୍ରଦୀପ୍ତଙ୍କ ଠାରୁ ସାମାଜିକ ସଂକ୍ରମଣ ଦ୍ୱାରା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ବର୍ତ୍ତମାନ ପୁରୀରୁ ଏବଂ ଯାଜପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସେହିଭଳି ଭଦ୍ରକରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଥିବା କୁହାଯାଇଥିଲା, ଯାହାକି ଏବେ ୨କୁ ବୃଦ୍ଧି ପାଇଛି। ଆଜିର ୧୫ ଜଣଙ୍କୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଛି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।
Breaking
Galaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and Jharkhand