Breaking

ଚିନ୍ତା ବଢାଉଛି ସଂକ୍ରମଣ

ଦିନକରେ ଚିହ୍ନଟ ୪ ଆକ୍ରାନ୍ତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ବମିଖାଲ ଅଞ୍ଚଳର ବୋଲି ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ୩ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।ତେବେ ରାଜ୍ୟର ୯ ପଜିଟିଭ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ଆକ୍ଟିଭ ଅଛନ୍ତି ଅର୍ଥାତ ଚିକିତ୍ସାଧୀନ ଥିବା ବେଳେ ଗତ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ୫ମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କଟକରେ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱର ବମିଖାଲରେ ୩ ଜଣ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ଚିନ୍ତା ବଢିବା ସହ ଆଗାମୀ ୪୮ ଘଣ୍ଟା ପାଇ ସଟ୍ଡାଉନ୍ ଘୋଷଣା କରାଯାଇଛି।

loading...

Leave A Reply

Your email address will not be published.