Breaking

୨୩ରେ ପହଞ୍ଚିଲା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

୨୩ ରେ ପହଞ୍ଚିଲା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବମିଖାଲ ଏବଂ କପିଳ ପ୍ରସାଦ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ । ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ ଓ ଏହି ବ୍ୟକ୍ତି ଜଣଙ୍କ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଅଞ୍ଚଳର ବୋଲ ଜଣା ପଡିଛିାି ସେ ଅଷ୍ଟ୍ରେଲିଆରୁ ଫେରିଥିଲେ । ତେବେ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ଅନ୍ୟ ଜଣେ କରୋନା ଆକ୍ରାନ୍ତ ବମିଖାଲ ଅଞ୍ଚଳର । ୨୯ ବର୍ଷିୟ ଯୁବକଙ୍କ ନମୂନା କୋଭିଡ-୧୯ ପଜିଟିଭ ।ଆଜି ଆଉ ଦୁଇଟି ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ମୋଟ ପଜିଟିଭ ସଂଖ୍ୟା ରୁ ବର୍ତ୍ତମାନ ୨ ଜଣ ସୁସ୍ଥ ହୋଇଥିବା ବେଳେ ୨୧ ଜଣ ବର୍ତମାନ ସମୟରେ ଚିକିତ୍ସାଧିନ ଅଛନ୍ତି।

loading...

Leave A Reply

Your email address will not be published.