Breaking

ମାଡି ଆସୁଛି ବାତ୍ୟା

ଆଲର୍ଟରେ ରାଜ୍ୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱବର୍ତି ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୂତ ହେଉଛି । ଆଜି ଏହି ଲଘୁଚାପ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ଆସନ୍ତାକାଲି ଏହା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏ ଉତର-ପଶ୍ଚିମ ଦିଗରେ ମୁହାଁଇବ ଏବଂ ପରେ ଏହା ନିଜ ଦିଗ ପରିବର୍ତନ ଉତର-ଉତର-ର୍ପୂବ ଦିଗରେ ବଙ୍ଗୋପସାଗର ଆଡକୁ ୧୮ରୁ ୧୯ ଯାଏ ଗତି କରିବ । ଏନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ କହୁଛି ୧୮-୧୯ ତାରିଖ ବେଳକୁ ଏହା ଉତର ବଙ୍ଗୋପ ସାଗର ଆଡକୁ ଗତି କରିବ ।ଅର୍ଥାତ୍ ଓଡିଶା ମୁହାଁ ନ ହୋଇ ଏହି ବାତ୍ୟା ପଶ୍ଚିମବଙ୍ଗ ବାଙ୍ଗଲାଦେଶ ଆଡକୁ ଗତି କରିବ । ଯଦି ଏହି ଆକଳନ ଠିକ ହୁଏ ତେବେ ଓଡିଶାରେ ବର୍ଷା ହେବ ଏବଂ ପବନ ବି ବହିବ କିନ୍ତୁ ବାତ୍ୟାର ସିଧା ଆଶଙ୍କା ରହିବ ନାହିଁ । କିନ୍ତୁ ଯଦି ୧୭ ତାରିଖ ବେଳକୁ ଏହା ଉତର-ଉତର-ପୂର୍ବ ଦିଗରେ ଗତି ନ କରି ଉତର-ଉତର-ପଶ୍ଚିମ ଆଡକୁ ଗତି କରେ ତେବେ ବାତ୍ୟା ଓଡିଶା ମୁହାଁ ମଧ୍ୟ ହୋଇପାରେ । ଆଇଏମଡି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେବା ପରେ ଏହାର ଗତିପଥକୁ ନେଇ ଅଧିକ ଆକଳନ କରାଯାଇପାରିବ । ଏହି ବାତ୍ୟା କେଉଁଠି ଉପକୂଳ ଅତିକ୍ରମ କରିବ ବା ଲ୍ୟାଣ୍ଡଫଲ କରିବ ତାହା ବର୍ତମାନ ଆକଳନ କରାଯାଇନାହିଁ ।

loading...

Leave A Reply

Your email address will not be published.