Breaking

ମୁଣ୍ଡ ବ୍ୟାଥା ବଢ଼ାଇଲା କରୋନା

ଭୁବନେଶ୍ୱରରେ ପୁଣି ୧୬ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

0

ଭୁବନେଶ୍ୱର:ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ରାଜଧାନୀରେ ଚିହ୍ନଟ ହେଲେ ୧୬ ନୂଆ କରୋନା ଆକ୍ରାନ୍ତ । ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ସମଗ୍ର ରାଜ୍ୟରେ ୩୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା ।ବର୍ତ୍ତମାନ ଚିହ୍ନଟ ହୋଇଥିବା ଭୁବନେଶ୍ୱର ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ କେବଳ ବମିଖାଲ୍‌ରୁ ଚିହ୍ନଟ ହୋଇଛି। ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ସିଲ୍‌ ହୋଇ ରହିଛି। ଉକ୍ତ ଅଞ୍ଚଳରେ ସର୍ଭେ ଜାରି ରହିଛି। ତେବେ ସମସ୍ତ ସନ୍ଦିଗ୍ଧ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଅଲଗା ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

loading...

Leave A Reply

Your email address will not be published.