Breaking

କାୟା ମେଲୁଛି କରୋନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ସେପଟେ ସାରା ବିଶ୍ୱରେ ୧ଲକ୍ଷ ୭୫ ହଜାର ୫୩୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବଂ ୭ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନରେ ସର୍ବାଧିକ ୩୨୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ୨ହଜାର ୧୫୮ ଜଣଙ୍କର ମୃତ୍ୟୁ ହୋଇଛି ।ସେପଟେ କରୋନା ମୁକାବିଲା କ୍ଷେତ୍ରରେ ନୂଆ ସମ୍ଭାବନା ଦେଖାଦେଇଛି । ଆମେରିକାରେ କରୋନା ଭୂତାଣୁର ଟୀକା ନେଇ ପରୀକ୍ଷା ଆରମ୍ଭ ହୋଇଛି । ସିଆଟଲରେ ଜଣେ ସ୍ୱେଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ ପ୍ରଥମ ଟୀକା ଦିଆଯାଇଛି । ଏଭଳି ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଏହି ପରୀକ୍ଷାମୂଳକ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ୬ ସପ୍ତାହ ମଧ୍ୟରେ ଏହି ଟୀକା ପର୍ଯ୍ୟାୟକ୍ରମେ ଦିଆଯିବ ।ଏବେ ଟୀକା ଦିଆଯାଇଥିବା ବ୍ୟକ୍ତିଙ୍କୁ ନଜରରେ ରଖାଯିବ । ବିଭିନ୍ନ ଷ୍ଟେଜ ଦେଇ ବ୍ୟକ୍ତି ଜଣଙ୍କୁ ଗତି କରିବାକୁ ପଡ଼ିବ ଓ ଏହି ସମୟରେ କରୋନା ଭୂତାଣୁ ଟୀକା କେମିତି କାମ କରୁଛି, ତା ଉପରେ ନଜର ରହିବ । ଏହି ଟୀକାର ନାମ ରହିଛି ଏମ୍ଆରଏନଏ-୧୨୭୩ ।

loading...

Leave A Reply

Your email address will not be published.