Breaking

ସଂକ୍ରମଣରେ ପଞ୍ଚମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କାୟା ମେଲିବାରେ ଲାଗିଛି କରୋନା।ସଂକ୍ରମଣ ତାଲିକାରେ ଭାରତ ୫ମ ସ୍ଥାନରେ ପହଞ୍ଚିଛି। ଦେଶ ଓ ରାଜ୍ୟରେ ବଢଚାଲିଛିି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହେଉଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି । ଶନିବାର ରାଜ୍ୟରେ ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଶ୍ୱ କରୋନା ତାଲିକାରେ ଭାରତ ପଂଚମ ସ୍ଥାନରେ ପହଂଚିଛି । ସ୍ପେନକୁ ହଟାଇ ଭାରତ ପଂଚମ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ଇଟାଲୀକୁ ସକ୍ରଂମଣ ସଂଖ୍ୟାରେ ଟପି ଭାରତ ଷଷ୍ଠ ସ୍ଥାନରେ ପହଞ୍ଚିଥିଲା ।ଦେଶରେ ଏବେ ସୁଦ୍ଧା ୨ ଲକ୍ଷ ୪୬ ହଜାର ୫୪୯ ଜଣଙ୍କୁ ଏହି ମହାମାରୀ ସଂକ୍ରମଣ କରି ସାରିଛି । ୧ଲକ୍ଷ ୧୪ ହଜାର ୭୩ ଜଣ ଭୂତାଣୁକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । କରୋନା ଭୂତାଣୁ ଦେଶରେ ୬ହଜାର ୬୪୨ ଜଣଙ୍କ ଜୀବନ ନେଇଥିବା ବେଳେ ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ୧ ଲକ୍ଷ ୧୫ ହଜାର ୯୪୨ ଜଣ ଚିକିତ୍ସିତ ହେଉଛନ୍ତି । ଏହାସହ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଛୁଇଁଛି । ସେହିପରି ବିଶ୍ୱରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟ ୬୯ ଲକ୍ଷ ଛୁଇଁଛି । ଆଗାମୀ ମାସରେ ସଂଚ୍ରମଣ ଅଧିକ ହୋଇପାରେ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

loading...

Leave A Reply

Your email address will not be published.