Breaking

ବିଶ୍ୱ ପରିବେଶ ଦିବସ ଅବସରରେ ମଧୁରମୟୀ ଶିକ୍ଷା ନିକେତନ ରେ ବୃକ୍ଷ ରୋପଣ କରି ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି ର ବାର୍ତା ଦେଲା ସାମାଜିକ ସଂଗଠନ ସମର୍ପିତ ଓଡ଼ିଶା ଓ କଳିଙ୍ଗ ସଂସ୍କୃତି, ଐତିହ୍ୟ ସୁରକ୍ଷା ମଞ୍ଚ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସାମାଜିକ ସଂଗଠନ ସମର୍ପିତ ଓ କଳିଙ୍ଗ ଐତିହ୍ୟ ସଂସ୍କୃତି ସୁରକ୍ଷା ମଞ୍ଚ ତରଫରୁ ଝାରପଡା ଠାରେ ଥିବା ମଧୁରମୟୀ ଶିକ୍ଷା ନିକେତନ ପରିସରରେ ବିଭିନ୍ନ ଫଳ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କାପୋକ ର ଅଧ୍ୟକ୍ଷ ତଥା ସମର୍ପିତ ର ମୁଖ୍ୟ ଉପଦେଷ୍ଟା ,ଖଦି ଗ୍ରାମଦ୍ୟୋଗ ବୋର୍ଡ ର ସଭାପତି ଶ୍ରୀ ସଂଗ୍ରାମ ପାଇକରାୟ ଓ ସମର୍ପିତ ର ଅନ୍ୟତମ ଉପଦେଷ୍ଟା,ତଥା ମହିଳା ଶିଶୁ କଲ୍ୟାଣ ବିଭାଗ ଓଡିଶା ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଅତିଥି ଭାବେ ଯୋଗ ଦେଇଥିଲେ।ବିଗତ ବର୍ଷ ପରି ଏବର୍ଷ ମଧ୍ୟ ଦୁଇ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ବ୍ୟାପକ ଭାବେ ବୃକ୍ଷ ରୋପଣ କରାଯିବା ସହ ଏହାର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯିବ ବୋଲି ସଂଗ୍ରାମ ପାଇକରାୟ କହିଥିଲେ, ଅନ୍ୟତମ ଅତିଥି ସୁଲତା ଦେଓ କହିଥିଲେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ଜରୁରୀ ଏବଂ ପ୍ରତ୍ୟେକ ଲୋକ ଦଶ ଟି କରି ଗଛ ନିହାତି ଭାବେ ଲଗାଇବା ଏବଂ ତାର ଯତ୍ନ ନେବା ଜରୁରୀ।
ଏହି କାର୍ଯ୍ୟକ୍ରମ ରେ ମଧୁରମୟୀ ଶିକ୍ଷା ନିକେତନ ପକ୍ଷରୁ ମଦନ ମୋହନ ସାହୁ,ନିରୋଜା ଲକ୍ଷ୍ମୀ ମହାପାତ୍ର ଏବଂ ସମର୍ପିତ ର ଗଣ ମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ସମ୍ପାଦକ ବିସ୍ମୟ ରାଉତ, ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ, ସାର୍ଥକ କୁମାର ପରିଡା ଏବଂ ସଦସ୍ୟ କୃତିଦୀପ୍ତ ପରିଡା, ସର୍ବଜୀତ ସାହୁ,ତୁଷାର ବେହେରା, ଦେବାଶିଷ ନାୟକ,ଶିଶିର କୁମାର ସାହୁ ଓ ଆକାଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

loading...

Leave A Reply

Your email address will not be published.