Breaking

କରୋନା ଯୋଦ୍ଧାଙ୍କୁ ସମ୍ବର୍ଧନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବର୍ତ୍ତମାନ ସମୟରେ ବିପଦର ବନ୍ଧୁ ସାଜିଛନ୍ତି କରୋନା ଯୋଦ୍ଧା । ସାରା ଦେଶକୁ ଏହି ମହାମାରୀ ଭୁତାଣୁ ଦାଉରୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରିଦେଉଛନ୍ତି କରୋନା ଯୋଦ୍ଧା । ଏମାନେ ନିଜ ଦୁଃଖ କଷ୍ଟକୁ ଭୁଲି କିଭଳି ଦେଶକୁ ଏହି ମହାମାରୀରୁ ରକ୍ଷା ଲରାଯାଇପାରିବ ସେ ଦିଗରେ କର୍ତ୍ତବ୍ୟ କରିଚାଲିଛନ୍ତି, ଆଉ ଖାସ କରି ଏହି ଡାକ୍ତର,ପୋଲିସ, ସରକାରୀ କର୍ମଚାରୀ ମିଡ଼ିଆ ଓ ସଫେଇ କର୍ମଚାରୀଙ୍କ ପାଇଁ ସମାଜ ଆଜି ସୁରକ୍ଷିତ ଅଛି ।

ଏମାନଙ୍କ ଅବଦାନ ପାଇଁ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ଯାହା ପାଇଁ ସାରାଦେଶ ଏହି ଯୋଦ୍ଧାମନଙ୍କୁ ସଲାମ କରୁଛି । ଏହି ଅବସରରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଆଗେଇ ଆସିଛନ୍ତି କିଛି ସମାଜସେବୀ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ଜଣାଶୁଣା ଯୁବ ସମାଜସେବୀ ଅର୍ଜୁନ ସାହୁ ୬୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ମାସ୍କ , ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

ଏହା ସହିତ ଅର୍ଜୁନ ଚେତନା ମହାବିଦ୍ୟାଳୟରେ ପଢୁଥିବା ଶହେ ଜଣ ଭିନକ୍ଷମ ଛାତ୍ରମାନଙ୍କୁ ମଧ୍ୟ ମାସ୍କ , ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଅନ୍ୟ ମାନେ ଏହି ଯୋଦ୍ଧାମାନଙ୍କୁ ସମ୍ମାନିତା କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଅର୍ଜୁନ

loading...

Leave A Reply

Your email address will not be published.