Breaking

ଟେଲିଭିଜନ୍‌ ଉପସ୍ଥାପିକାରୁ ଅଭିନେତ୍ରୀ : ଜାଣନ୍ତୁ ଛୋଟ ପରଦାର କୁଇନ ଓରଫ କୁକିଙ୍କ ସମ୍ପର୍କରେ

0

ଭୁବନେଶ୍ୱର(ସତ୍ୟଜିତ ରାଉତ): ଏକ ବୈଦ୍ୟୁତିକ ଗଣମାଧ୍ୟମର ଉପସ୍ଥାପିକାରୁ ଅଭିନେତ୍ରୀ। ଆଲବମରୁ ଆରମ୍ଭ ହୋଇଥିଲା ଏହି ଅଭିନେତ୍ରୀଙ୍କ ଯାତ୍ରା । ଏହାପରେ ଧାଡିକୁ ଧାଡି ଲାଗିଥିଲା ଆଲବମର ଲାଇନ । ଶେଷରେ ସେ ‘ଖୁବ ଗଡବଡ’ସିରିଅଲ ସାହାଯ୍ୟରେ ପାଇଥିଲେ ଏକ ପରିଚୟ । ଏହି ସିରିଅଲରେ ହସାଉଥିବା କୁଇନ ଓରଫ କୁକିଜ ଆଜି ଟେଲି ଦୁନିଆର ଜଣେ ଜଣା ଶୁଣା ଚେହେରା ।ସିରିଅଲ ଛାଡିଲା ପରେ ତାଙ୍କୁ ଖୁବ ଝୁରିଥିଲେ ଦର୍ଶକ , ମାତ୍ର ବିଶେଷ ସୂତ୍ରରୁ ପ୍ରକାଶ ଯେ କୁକି ତାଙ୍କ ଗ୍ରାଜୁଏସନ ପରୀକ୍ଷା ପାଇଁ ଏବଂ ପରେପରେ ତାଙ୍କ ଜେଜେମାଙ୍କ ଦେହାନ୍ତ କାରଣରୁ ସିରିଅଲ ଛାଡିବାକୁ ବାଧ୍ୟ ହୋଇଥିଲେ ।

କୁକିଜ୍‌ ସିରିଏଲ୍‌ ଜଗତରୁ ଦୂରେଇ ଗଲେ ସତ, କିନ୍ତୁ ସେ ଏବେ ମ୍ୟୁଜିକ୍‌ ଭିଡିଓ ତିଆରି କରୁଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓଗୁଡ଼ିକ ୟୁଟ୍ୟୁବ୍‌ରେ ମଧ୍ୟ ବେଶ୍ ଲୋକପ୍ରିୟ। ନିକଟରେ ତାଙ୍କର ‘ମୋହବତ୍‌’ ନାଁରେ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଥିଲା, ଯାହାକୁ ୟୁଟ୍ୟୁବ୍‌ରେ ଏପର୍ଯ୍ୟନ୍ତ ୮ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ସିରିଅଲରେ ପାଦ ଦେବା ପୁର୍ବରୁ ସେ ଆଙ୍କର ହୋଇ ଫିଲ୍ମ ଦୁନିଆରେ ଖବର ଦେଉଥିଲେ । ଏହାପରେ ତାଙ୍କୁ ସୁଯୋଗ ମିଳିଥିଲା । ସେ ଅଡିସନ ଦେଇଥିଲେ ତେଜସ୍ୱିନୀ ସିରିଅଲ ପାଇଁ, ମାତ୍ର ସେଠାରେ ସେ ଫେଲ ମାରିଥିଲେ । ପରେ ତାଙ୍କୁ ଚାନ୍ସ ମିଳିଥିଲା ଫୁଲ ଗଡବଡ ସିରିଅଲ ପାଇଁ । ଆଉ ସେହି ‘ଫୁଲ୍‌ ଗଡ଼ବଡ଼’ ସିରିଏଲ୍‌ ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା । ଆଜି ତାଙ୍କ ଜନ୍ମ ଦିନ ଅବସରରେ ଓଡିଶା ନ୍ଯୁଜ୍ ଟୁଡ଼େ ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ।

loading...

Leave A Reply

Your email address will not be published.