Breaking

ରାତିରେ ଲିଫ୍ଟ ମାଗୁଛି, ପିନ୍ଧିଛି ଧଳା ଶାଢ଼ି

0

ରାସ୍ତା କଡ଼ରେ ସେ ସବୁଦିନ ଲିଫ୍ଟ ମାଗେ। ଦେହରେ ଧଳା ଶାଢ଼ି, ଆଉ ହାତ ଇଶାରାରେ ସାଥିରେ ନେଇ ଯିବାକୁ ଅନୁରୋଧ କରେ। ଏମିତି ସ୍ଥିତି ଅନେକେ ଅଙ୍ଗେ ନିଭାଇଥିବେ। ହେଲେ ସେ ଝିଅଟି କିଏ ଜାଣନ୍ତି କି? ଝିଅଟିକୁ କେହି କେହିକେହି ଅଶିରିରୀ କୁହନ୍ତି। କ’ଣ ଆପଣ ଏହି କଥା ବିଶ୍ୱାସ କରନ୍ତି।

ଭୂତ ନାଁ ଶୁଣିଲେ ଆମେ ଡରି ମରି ଛାନିଆ ହୋଇଯାଇଥାଉ। ଭୂତକୁ ନେଇ ଆମ ସମାଜରେ କେଉଁ କାଳରୁ ବିଶ୍ୱାସ ଅବିଶ୍ୱାସରୁ କଥା ରହି ଆସିଛି। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଲୋକମାନଙ୍କ ମନରୁ ଏହି ଅନ୍ଧ ବିଶ୍ୱାସ ଦୂର ହେଉନାହିଁ। ଏହା କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ମଧ୍ୟ ରହିଛି। ଯେଉଁମାନଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି ହୁଏ ନାହିଁ, ସେମାନେ ଭୂତପ୍ରେତ ହୋଇଥାନ୍ତି ବୋଲି କୁହାଯାଏ। କେହି ଲୋକ ଏହି କଥାକୁ ବିଶ୍ୱାସ କରୁଥିବା ବେଳେ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ। ଆମ ଭାରତର ଏପରି କିଛି ସ୍ଥାନ ଅଛି, ଯେଉଁ ଲୋକଙ୍କୁ ଯିବାକୁ ଭୟ କରନ୍ତି। ସେଥିମଧ୍ୟରୁ ଭାରତର ରାଜଧାନୀ ଦିଲ୍ଲୀ ହେଉଛି ଗୋଟିଏ।

ଦିଲ୍ଲୀର କେଣ୍ଟ ଅଞ୍ଚଳରେ ଭୂତଙ୍କ ବାସସ୍ଥାନ ବୋଲି ଲୋକେ କୁହନ୍ତି। ଦିଲ୍ଲୀର ଭିଡ଼ଭାଡ଼ ଭିତରେ ଏହି ଅଞ୍ଚଳଟି ବହୁ ଦୂରରେ। ଏହା ନିଛାଟିଆ ଅଞ୍ଚଳ। ଏହି ଅଞ୍ଚଳରେ ବେଶି ଲୋକଙ୍କ ଯାତାୟତ ନ ଥାଏ। ରାତି ସମୟରେ କାଉ କୋଇଲିଟିଏ ମଧ୍ୟ ଦେଖାଯାଆନ୍ତି ନାହିଁ । ଏହି ଅଞ୍ଚଳ ବିଷୟରେ ଲୋକେ ଭୂତପ୍ରେତ ନେଇ ଅନେକ କାହାଣୀ କହିଥାନ୍ତି। ରାତି ସମୟରେ ଏକ ଝିଅ ଧଳା ରଙ୍ଗର ଶାଢ଼ି ପିନ୍ଧି ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଲିଫ୍ଟ ମାଗିଥାଏ। ଯେଉଁମାନେ ଲିଫ୍ଟ ଦିଅନ୍ତି, ସେମାନଙ୍କର କିଛି ନା କିଛି ଅନିଷ୍ଟ ହୋଇଥାଏ।

କେଣ୍ଟ ଅଞ୍ଚଳରେ ଲୋକେ କୁହନ୍ତି, ଏହି ରାସ୍ତା ଦେଇ ଯଦି କେବେ ଏକାକି ଯିବା ଆସିବା କରେ ତା’ର ବେଶୀ ଅନିଷ୍ଟ ହୋଇଥାଏ। ଲୋକେ କାର୍‌ରେ ଗଲେ ଝିଅଟି କାର୍‌ ଆଗରେ ଠିଆ ହୋଇଯିବା ସହ ଚାରିପଟେ ବୁଲିଥାଏ।

loading...

Leave A Reply

Your email address will not be published.