Breaking

ଆଜି ଦୀପାବଳି: ଉତ୍ସବ ମୁଖର ପୁରପଲ୍ଲୀ

0

ଭୁବନେଶ୍ୱର:ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଚାରି ଆଡ଼େ ଦୀପ, ବାଣ ଓ ମିଠାର ଆସର । ସମଗ୍ର ଭାରତ ଉତ୍ସବମୁଖର । ଏହି ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ଜୟ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ । ପୁରୁଷୋତ୍ତମଙ୍କ ଆଗମନ ପାଇଁ ଅଯୋଧ୍ୟାବାସୀ ଦୀପଜାଳି ସ୍ୱାଗତ କରିଥିଲେ । ସେଥିପାଇଁ ଏହି ଦିନରେ ଦୀପ ଜାଳି ଯାଇ ଦୀପାବଳି ପାଳନ କରାଯାଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଏଥିସହ ଦୀପ ଓ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ କରି ଦୀପାବଳିର ଖୁସି ମନାଉଛନ୍ତି। ଏଥି ଉପଲକ୍ଷେ ପୁରୀରେ ପୟା ଶ୍ରାଦ୍ଧ ଦିଆଯାଉଛି। ସେହିପରି ବିନ୍ଦୁସାଗରରେ ମଧ୍ୟ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଭିଡ଼ ପରିଲକ୍ଷିତ ହେଉଛି।

loading...

Leave A Reply

Your email address will not be published.