ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପରେ କମଲନାଥ ସର୍ବ ପ୍ରଥମେ କୃଷକଙ୍କ ଋଣ ଛାଡ଼ ଉପରେ ନିଷ୍ପତ୍ତି ନେଇ ଋଣ ଛାଡ଼ ଫାଇଲରେ ଦସ୍ତଖତ କରିଥିବାର ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତା ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ରାଜ୍ୟରେ ତାଙ୍କର ସରକାର ଗଠନ ହୁଏ ତେବେ କେବଳ ୧୦ ଦିନରେ କୃଷକଙ୍କ ଋଣ ଛାଡ଼ କରି ଦିଆଯିବ । ପଦ ହରାଇବା ପରେ ଶିବରାଜ ସିଂହ ଚୌହ୍ଵାନ ମଧ୍ୟ ଆଶା ପ୍ରକଟ କରିଥିଲେ ଯେ କଂଗ୍ରେସ ସରକାର ଆସିବା ମାତ୍ରେ ୧୦ ଦିନ ଭିତରେ କୃଷକଙ୍କ ଋଣଛାଡ଼ କରିଦେବେ ବୋଲି ସୂଚନା ଦେଇଥିଲେ ।ଏହି ଆଦେଶ ସହିତ କୃଷକଙ୍କୁ ସରକାରୀ ଓ ସହକାରୀ ବ୍ୟାଙ୍କ ଦ୍ଵାରା ଦିଆଯାଇଥିବା ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵଳ୍ପକାଳୀନ ଫସଲ ଋଣ ଛାଡ଼ ହୋଇଯାଇଛି। ଏହା ସହିତ କନ୍ୟା ବିବାହ ଯୋଜନା ଆଧାରରେ ଦିଆଯାଉଥିବା ରାଶିକୁ ବୃଦ୍ଧି କରି 51 ହଜାର ଟଙ୍କା କରାଯାଇଛି। କେବଳ ଏତିକି ନୁହେଁ ରାଜ୍ୟରେ ଚାରୋଟି ଗାର୍ମେଣ୍ଟ ପାର୍କ ନିର୍ମାଣକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’