Breaking

ଏ.ଆଇ.ଏସ୍.ଏଫ୍. ତରଫରୁ ଓଡ଼ିଆରେ ଲେଖାଗଲା “ମୋ ବସ୍”

0

ଭୁବନେଶ୍ବର : ରାଜଧାନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ “ମୋ ବସ୍” ସେବାକୁ ଅଖିଳ ଭାରତ ଛାତ୍ର ସଙ୍ଘ ରାଜ୍ୟ ପରିଷଦ ସ୍ୱାଗତ କରୁଛି। ମାତ୍ର ପରିତାପର ବିଷୟ ଆଜି ଯେତେବେଳେ ଓଡ଼ିଆ ଭାଷାରେ ଓଡ଼ିଶାରେ ଶାସନ ହେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉଦ୍ୟମ ଆରମ୍ଭ କରିଛନ୍ତି,ଆଇନ ସଂଶୋଧନ ପାଇଁ ବିଧେୟକ ଆଣିଛନ୍ତି,ସେତେବେଳେ ଏ ସମସ୍ତ କଥାକୁ ବେଖାତିର କରି ୧୯୫୬ ମସିହାର ଭାଷା ଆଇନ କୁ ମଧ୍ୟ ଉଲଂଘନ କରାଯାଇ ସି.ଆର.ୟୁ.ଟି କର୍ତ୍ତୁପକ୍ଷ ବସ୍ ଉପରେ କେବଳ ଇଂରାଜୀ ଭାଷାରେ ମୋ ବସ୍ ଲେଖିଛନ୍ତି, ଯାହାକୁ ଏ.ଆଇ.ଏସ୍.ଏଫ୍ ଦୃଢ଼ ନିନ୍ଦା କରୁଛି। ସେବା ଯଦି ସାଧାରଣ ଜନତାଙ୍କ ପାଇଁ କରାଯାଇଛି ତେବେ ସାଧାରଣ ଲୋକ ପାଇଁ ଓଡିଆରେ କାହିଁକି ଲେଖାଯାଇନି ବୋଲି ପ୍ରଶ୍ନ ମଧ୍ୟ କରିଛି। ଏ ସମ୍ପର୍କରେ ଗତ ୯/୧୨/୨୦୧୮ ରିଖରେ ଇମେଲ୍ ଜରିଆରେ ଅଭିଯୋଗ କରାଯାଇଥିଲା। କିନ୍ତୁ ସେଠାରୁ କୌଣସି ପ୍ରକାର ଉତ୍ତର ନ ମିଳିବାରୁ ପୁଣି ଏ.ଆଇ.ଏସ.ଏଫ ତରଫରୁ ଏକ ଲିଖିତ ଅଭିଯୋଗ ପତ୍ର ଦିଆଯାଇଥିଲା। ଉକ୍ତ ପତ୍ରରେ ଡ଼ିସେମ୍ବର ୧୭ ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିବା ସହ ଯଦି କାର୍ଯ୍ୟକାରୀ ନ ହୁଏ ତେବେ ଏ.ଆଇ.ଏସ୍.ଏଫ୍. ନିଜେ ଓଡ଼ିଆରେ ଲେଖିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲା।

କିନ୍ତୁ ପରିତାପର ବିଷୟ ଏହାକୁ କତ୍ତୃପକ୍ଷ ଅଣଦେଖା କରିଛନ୍ତି,ତାହାରି ପ୍ରତିବାଦରେ ଏ.ଆଇ.ଏସ.ଏଫ ନିଷ୍ପତି ପ୍ରକାରେ ଆଜି ଛାତ୍ରସଙ୍ଘ ପକ୍ଷରୁ ୫୦ ଟି ବସ୍ ରେ ଓଡ଼ିଆରେ ଷ୍ଟିକରିଂ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ଯେ ଆସନ୍ତା ଯେତେ ବସ୍ ସରକାରଙ୍କ ଦ୍ୱାରା ଚଳାଯିଵ ସେଥିରେ ଓଡ଼ିଆ ଭାଷାରେ “ମୋ ବସ୍” ଲେଖାଯାଉ, ନଚେତ୍ ଏ.ଆଇ.ଏସ.ଏଫ ଏହାକୁ ନେଇ ଏକ ଉଗ୍ର ଆନ୍ଦୋଳନ କରିବ ଏବଂ ସରକାର ଏଥି ପାଇଁ ଦାୟୀ ରହିବେ। ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତ ଛାତ୍ର ସଙ୍ଘର ରାଜ୍ୟ ସଭାନେତ୍ରୀ ସାଥୀ ସଂଘମିତ୍ରା ଜେନା, ରାଜ୍ୟ ସମ୍ପାଦକ ସାଥି ଜଗନ୍ନାଥ ପାତ୍ର ସମେତ ଦେଶପ୍ରୀୟ ପଣ୍ଡା, ଶଙ୍କର ବାରିକ, ସୌମ୍ୟରଂଜନ ପ୍ରଧାନ,ସୌମ୍ୟରଂଜନ ପାତ୍ର,ବିରେଶ ପଲେଇ, ରିଙ୍କି ବେହେରା, ସୁଚିସ୍ମିତା ଜେନା, ମାମୁନି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.