Breaking

ହକି ବିଶ୍ୱ କପ୍‌ ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ୍‌ କିଣିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି ନବୀନ । ହକି ଇଣ୍ଡିଆର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ପ୍ରଦାନ କରିଛନ୍ତି । ହକି ବିଶ୍ୱକପ ପାଇଁ ଦୁଇଟି ଉଦଘାଟନୀ ଉତ୍ସବର ଆୟୋଜନ କରିଛି ହକି ଇଣ୍ଡିଆ । ଉଦଘାଟନୀ ଉତ୍ସବ ପାଇଁ କୌଣସି ପାସ୍ ବ୍ୟବସ୍ଥା ରହି ନଥିବାରୁ ମୁଖ୍ୟମନ୍ତ୍ରୀ ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି।ଆସନ୍ତାକାଲି ଦିନ ୧୨ଟାରୁ ଅନଲାଇନରେ ସର୍ବସାଧାରଣଙ୍କ ପାଇଁ ଉଦଘାଟନୀ ଉତ୍ସବର ଟିକେଟ୍‌ ବିକ୍ରି କରାଯିବ । କଳିଙ୍ଗ ଷ୍ଟାଡିୟମରେ ୧୨ ହଜାର ଟିକେଟ୍‌ ରହିଛି । ଏହାର ମୂଲ୍ୟ ୫୦୦ ଟଙ୍କା । ବାରବାଟୀ ଷ୍ଟାଡିୟମରେ ୩୦ ହଜାର ଟିକେଟ୍‌ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି କରାଯିବ । ଏଠାରେ ଟିକେଟ୍‌ ମୂଲ୍ୟ ରହିଛି ୧୦୦ ଓ ୫୦୦ ଟଙ୍କା ।

loading...

Leave A Reply

Your email address will not be published.