Breaking

ଚନ୍ଦ୍ର ଅଭିମୁଖେ ଚନ୍ଦ୍ରାୟନ-୨

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଚନ୍ଦ୍ର ଅଭିମୁଖେ ଚନ୍ଦ୍ରାୟନ-୨। ଚନ୍ଦ୍ରକୁ ଯାତ୍ରା ଆରମ୍ଭ କଲା ଭାରତ । ଠିକ୍ ୨ଟା ୪୩ ମିନିଟରେ ମହାକାଶକୁ ଅଭିଯାନ ଆରମ୍ଭ କଲା ଚନ୍ଦ୍ରାୟନ-୨ । ଆକାଶରେ ଇତିହାସ ରଚିବ ଇସ୍ରୋ ।ତେବେ ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ ଉତକ୍ଷେପଣ ପରେ ଇତିହାସ ରଚିଛି ଇସ୍ରୋ । ଦୀର୍ଘ ୩୧ ବର୍ଷ ପରେ ଜୁଲାଇ ୨୨ରେ ପୁଣି ଆକାଶକୁ ଅଭିଯାନ ଆରମ୍ଭବ କରିଛି ଭାରତ । ୪୮ରୁ ୫୦ ଦିନ ଭିତରେ ଭାରତର ମିଶନ ପୂରା ହେବ ଅର୍ଥାତ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ବାହୁବଳୀକୁ ୪୮ରୁ ୫୦ ଦିନ ଲାଗିବ ।ଚନ୍ଦ୍ରକୁ ଚନ୍ଦ୍ରାୟନ-୨ ପଠାଇବାରେ ଭାରତ ୪ର୍ଥ ଦେଶ । ଆମେରିକା, ଋଷ, ଚୀନ ପରେ ଭାରତ ୪ର୍ଥ ଦେଶ ହେଲା । ଜହ୍ନ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ସେଠାରେ ଜଳର ସନ୍ଧାନ କରିବା ଆଉ ଚନ୍ଦ୍ରର ଗଠନ ସମ୍ପର୍କରେ ତଥ୍ୟ ଦେବା । ତେବେ ଚନ୍ଦ୍ରରେ ପହଞ୍ଚିବା ପରେ ରୋଭର ଚନ୍ଦ୍ରପୃଷ୍ଠରେ ଶିଳାର ଫଟୋ ଉଠାଇ ପଠାଇବ । ରୋଭର ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ଯାଏଁ ଅନୁଧ୍ୟାନ କରିବ । ତେବେ ଏହି ମହାକାଶ ଅଭିଯାନ ପାଇଁ ଖର୍ଚ୍ଚ ହୋଇଛି ୯୭୮ କୋଟି । ଏବଂ ମହାକାଶ ଯାନ ପାଇଁ ଖର୍ଚ୍ଚ ହୋଇଛି ୬୦୩ କୋଟି ଟଙ୍କା ।

loading...

Leave A Reply

Your email address will not be published.