Breaking

ନଗଡ଼ା ଯାଜପୁରରେ ଖୋଲାହେବ ନଗଡା ଗାଁ ବ୍ୟାଙ୍କ

0

ଯାଜପୁର: ଅପପୃଷ୍ଟି ଓ ଅପହଞ୍ଚ ର ଇଲାକା ନଗଡା ବିଷୟରେ ଅବଗତ ହେଲା ପରେ ସୁଦୂର ସିଙ୍ଗାପୁର ରେ ଥିବା ଓଡ଼ିଆ ପ୍ରବାସୀ ଭାରତୀୟ ଏବଂ Food Empire MNC ର General Manager ସତ୍ୟ ସୁତାର ପ୍ରଭାବିତ ହୋଇ ଏକ ନିଆରା ଢଙ୍ଗରେ ସେ ଅଂଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ନଗଡା ଗାଁ ଵ୍ୟାଙ୍କ ଖୋଲିବା ପାଇଁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ସେ ସୁଦୂର ସିଙ୍ଗାପୁରରୁ ନିଜ ବ୍ୟସ୍ତ ବହୁଳ କାର୍ଯ୍ୟରୁ ଛୁଟି ନେଇ ନଗଡାକୁ ଧାଇଁ ଆସିଛନ୍ତି।
ସତ୍ୟ ସୁତାର, ଫକୀରପୁର, ଆନନ୍ଦପୁର, କେନ୍ଦୁଝର ଜିଲ୍ଲା ର ବାସିନ୍ଦା ଅଟନ୍ତି। ଦୀର୍ଘ 11 ବର୍ଷ ଧରି ସିଙ୍ଗାପୁର ରେ ରହୁଥିବା ସତ୍ୟ ୨୪/୭/୨୦୧୯ ବୁଧ ବାର ଦିନ ସକାଳେ ନଗଡା ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀ ମାନଙ୍କୁ କାର୍ଯ୍ୟକାରୀ ନଗଡା ବ୍ୟାଙ୍କ ପାଇଁ ଏକ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରିବେ | ଯେଉଁ ରାଶି ରୁ ଗ୍ରାମବାସୀ ମାନେ ଆର୍ଥିକ ଋଣ ସହାୟତା ନେଇ ଜୀବିକା ନିର୍ବାହ ପାଇଁ କିଛି ଚାଷ ଓ ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇ ପାରିବେ। ସତ୍ୟଙ୍କର ବିଶ୍ୱାସ ଏହା ନଗଡା ଗ୍ରାମବାସୀ ମାନଙ୍କର ଜୀବିକା ନିର୍ବାହ ରେ କିଛି ମାତ୍ରା ରେ ସହଯୋଗ ସୁଯୋଗ ସୃଷ୍ଟି କରିବା ସହ ସମାଜର ମୁଖ୍ୟ ସ୍ରୋତ ରେ ଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମାନଙ୍କୁ ଏକ ଉଦାହରଣ ସୃଷ୍ଟି କରିବ। ଯଦି ସତ୍ୟଙ୍କ ପରି ଅନ୍ୟ ବ୍ୟକ୍ତି ମାନେ ମଧ୍ୟ ସାହାଯ୍ୟ ର ହାତ ବଢ଼େଇବେ ନିହାତି ଭାବରେ ଅବହେଳିତ ଓ ଅପହଞ୍ଚ ଥିବା ନଗଡା ରେ ପରିବର୍ତନ ସମ୍ଭବ ହେଇପାରିବ । ଏହି ସେବା କାର୍ଯ୍ୟରେ ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଅର୍ଟସ୍ ର ସେବକ ସଭ୍ୟମାନେ ସତ୍ୟଂକୁ ସହଯୋଗ କରିବେ | ଫଳରେ ଏପରି କାମ ସମାଜ ସୁଧାର ପାଇଁ ପ୍ରୋସ୍ଛାହନ ଯୋଗାଇବ |

loading...

Leave A Reply

Your email address will not be published.