Breaking

‘ସମାଜ’ ପକ୍ଷରୁ ରକ୍ତଦାନ ଶିବିର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

‘ସମାଜ’ର ପ୍ରତିଷ୍ଠାତା ତଥା ସ୍ବାଧୀନତା ସଂଗ୍ରାମୀ ଓ ସମାଜସେବୀ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଉତ୍କଳ ସାମ୍ବାଦିକ ସଂଘଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ‘ସମାଜ’ ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ୟ୍ୟକ୍ରମକୁ ଦୈତନଗରୀ ପୁଲିସ କମିସନର ସତ୍ୟଜିତ ମହାନ୍ତି ଉଦ୍‌ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ସମ୍ମାନିତ ଅତିଥି ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, କଟକ-ଚୌଦ୍ବାର ଯୁବ ବିଧାୟକ ସୌଭିକ ବିଶ୍ବାଳ ଓ ପ୍ରଯୋଜକ ଶ୍ରୀଧର ମାର୍ଥା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୋଟ ୭୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାକ୍ତନ ସଭାପତି ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତି ସ୍ଥିତପ୍ରଜ୍ଞ ଦାସ, ଜୟ ରେଭେନ୍ସାର ସଭାପତି ତଥା ଯୁବନେତା ସୌମ୍ୟଜିତ୍‌ ମହାପାତ୍ର, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମିକୁ ପ୍ରଧାନ, ଯୁବ ନେତା ଚିନ୍ମୟ ମାଝୀ, ଛାତ୍ର ନେତା ସ୍ବାଧୀନ ଦେବାଶିଷ ସ୍ବାଇଁ, ବେସିକ୍‌ ସାଇନ୍ସା ସଭାପତି ନିତେଶ କମଲ, କୃଷି ମହାବିଦ୍ୟାଳୟ ସଭାପତି ସିର୍ଦ୍ଧାର୍ଥ ଶଙ୍କର ଦାସ , ଛାତ୍ର ନେତା ସିଦ୍ଧାର୍ଥ ସ୍ବାଇଁ, ନେତୃତ୍ବରେ ବହୁ ଯୁବକ ରକ୍ତଦାନ କରିଥିଲେ। ସେହିପରି ଯୁବନେତା ତଥା ପୂର୍ବତନ କର୍ପୋରେଟର ଅମେରେଶ ଜେନା ଓ ନିଲୁ ଖୁଣ୍ଟିଆଙ୍କ ନେତୃତ୍ବରେ ମଧ୍ୟ ବହୁ ଯୁବକ ରକ୍ତଦାନ କରିଥିଲେ।

loading...

Leave A Reply

Your email address will not be published.