Breaking

ଅସହାୟ ଜେମାଙ୍କୁ ସହାୟତା କଲେ ଯୁବ ସମାଜସେବୀ ପ୍ରକାଶ ତ୍ରିପାଠୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଜେମା ଛତର,୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇ ମାନେ ପାଠ ପଢୁଛନ୍ତି। ଭାଗ୍ୟର ବିଡମ୍ବନା, ଜେମାର ପେଟରେ ୭ ଟି ଟ୍ୟୁମର, ଅପରେସନ ପାଇଁ ଟଙ୍କାଟିଏ ନାହିଁ କି କୌଣସି ସହାୟତା ନାହିଁ। ଯୁବ ସମାଜସେବୀ ପ୍ରକାଶ ତ୍ରିପାଠୀ ଓ ଜୟ_ମା_ୟୁଥ୍_କ୍ଲବ୍ ମିଳିତ ଭାବେ ଜେମାକୁ ଭେଟି ଖାଇବା ପାଇଁ ଚାଉଳ, ଡାଲି, ଅଟା, ସୋରିଷ ତେଲ,ବିସ୍କୁଟ,ସୁଜି,ଲୁଣ, ସୋୟାବିନ ବଡି, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ , ଆଳୁ, ପିଆଜ, ଚକୋଲେଟ୍ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ସହିତ ଜେମାର ଅପରେସନ ପାଇଁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇ ସାମାଜିକ ଦାୟିତ୍ଵ ନିର୍ବାହ କଲୁ ଓ ଆଗାମୀ ଦିନରେ ଜେମା ଓ ଭାଇର ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ନିଷ୍ପତ୍ତି ନେଲୁ। ଜେମା କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ କରୁଛି। ସାଥୀରେ ଟିମ୍ ସଦସ୍ୟ ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ, ସୁଶାନ୍ତ ମୁଦୁଲି, ଲୋକେଶ, ସର୍ବଜିତ୍ ସାହୁ,ସନ୍ତୋଷ ସାହୁ, ସୋମ, ବିଲ ଓ ସମାଜସବୀ ନୂରହସନ୍ ଉପସ୍ଥିତ ଥିଲେ।

loading...

Leave A Reply

Your email address will not be published.