Breaking

ତୈଳ ଦର ବୃଦ୍ଧି ପ୍ରତିବାଦ:ତିନି ଦିନ ଧରି ପ୍ରତିବାଦ କରିବ ବିଜେଡି

0

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ । ଆସନ୍ତା ୭, ୮ ଓ ୯ ତିନି ଦିନ ଧରି ପ୍ରତିବାଦ କରିବ ବିଜେଡି । ସବୁ ପେଟ୍ରୋଲ ପମ୍ପରେ ଦଳ ପକ୍ଷରୁ ୨ଘଣ୍ଟା ସଚେତନତା କାର୍ୟ୍ୟକ୍ରମ କରାଯିବ । ଦିନ ୧୦ଟାରୁ ୧୨ଟା ଯାଏ ଜନ ସଚେତନତା କାର୍ୟ୍ୟକ୍ରମ ହେବ । ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି ଦଳ । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ସବୁଠୁ ବଡ଼ ଘୋଟାଲା ବୋଲି ଦଳ କହିଛି ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହିବେ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।ଭୁବନେଶ୍ୱରରେ ପେଟ୍ରୋଲ ଦର ୭୮.୦୨ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୬.୩୪ଟଙ୍କାରେ ପହଞ୍ଚିଛି।

loading...

Leave A Reply

Your email address will not be published.