Breaking

କରୋନା ସ୍ଥିତି ନିୟନ୍ତ୍ରଣ ହେବାପରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲିବା ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡ଼ି

ରାଜ୍ୟ ସରକାର ଆସନ୍ତା ୭ ତାରିଖରୁ ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବା ନିଷ୍ପତିକୁ ସ୍ଵାଗତ ଜଣାଇଲା ବିଜୁ ଛାତ୍ର ଜନତା ଦଳ।

0

ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଫେବୃୟାରୀ ୭ ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛିି। ଏହି ପରିପେକ୍ଷୀରେ ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବା ବେଳେ, ଆସନ୍ତା ସୋମବାର ଠାରୁ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ରୁ ଉର୍ଦ୍ଧ୍ବ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବା ସହ ଆସନ୍ତା ଫେବୃୟାରୀ ୧୪ରୁ ସମସ୍ତ ଶ୍ରେଣୀ ରେ ପାଠପଢ଼ା ଆରମ୍ଭ ହୋଇଯିବ।ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାରେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ପ୍ଲାଟଫର୍ମରେ ପାଠ ପଢିପାରିବେ।ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥ ଓ ସ୍ବାସ୍ଥ୍ୟ କୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଏହି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ସମସ୍ତ ସମାେୟଚିତ୍ ପଦକ୍ଷେପକୁ ସ୍ୱାଗତ ଜଣାଯାଇଛି।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସ୍ବାର୍ଥ କୁ ଦୃଷ୍ଟିରେ ରଖି କରୋନା ସ୍ଥିତି ନିୟନ୍ତ୍ରଣ ହେବା ପରେ ବିଦ୍ୟାଳୟ ଖୋଲିବା ପରିପ୍ରେକ୍ଷୀରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସ୍ବାଗତଯୋଗ୍ୟ , ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟି ଦେଇ ବିଦ୍ୟାଳୟ ଓ କଲେଜ ବନ୍ଦ କରିବା, ଏବଂ ଶିକ୍ଷାକୁ ଗୁରୁତ୍ବ ଦେଇ ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବା ଏହା ହିଁ ପ୍ରମାଣ କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଥିବା ଉଦବେଗ।
ଏଣୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ଉଚିତ୍ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ଜଣାଇଛି।

loading...

Leave A Reply

Your email address will not be published.