ଭୁବନେଶ୍ଵର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ । ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦାମୋଦର ରାଉତ । ଏହା ପରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଦାମ ସାକ୍ଷାତ କରିବେ। ବୈଜୟନ୍ତଙ୍କ ପରେ ଏବେ ଦାମ ସାମିଲ ହେବା ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିଛନ୍ତି।ବିଜେଡିରେ ଥିବା ବେଳେ ଦାମ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିଲେ। ତାଙ୍କର ବିବାଦୀୟ ବୟାନ ଦଳକୁ ଅଡୁଆରେ ପକାଉଥିଲା। ଏହା ସହିତ ସେ ସରକାରଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଥିଲେ। ପାରାଦୀପର ଲୁଣି ପାଣିରେ କେବେ ପଦ୍ମ ଫୁଲ ଫୁଟିବା ନାହିଁ ବୋଲି କହି ଆସୁଥିବା ଦାମ ଗତଥର ଦିଲ୍ଲୀରେ ଫେରିବା ପରେ କହିଥିଲେ ଯେ, ବୈଷୟିକ ଜ୍ଞାନ କୌଶଳ ଅସମ୍ଭବକୁ ମଧ୍ୟ ସମ୍ଭବ କଲାଣି | ତେଣୁ ପାରାଦୀପର ଲୁଣି ପାଣିରେ ପଦ୍ମ ଫୁଟିବା ସମ୍ଭବ |
Breaking
ଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing Leagueଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର୧୫ରେ କଳାବ୍ୟାଚ୍ ପିନ୍ଧିବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ