Breaking

ତିନି ସେନାର ମଙ୍ଗ ଧରିଲେ ବିପିନ୍ ରାଓ୍ବତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ତିନି ସେନାର ମଙ୍ଗ ଧରିଲେ ବିପିନ୍ ରାଓ୍ବତ। ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତଙ୍କୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତି ମିଳିଛି । ୩ ବର୍ଷ ପାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଡିଏସ୍ ଙ୍କ କାର୍ଯ୍ୟକାଳକୁ ବଢାଯାଇଛି । ପୂର୍ବରୁ ଅବସରର ସମୟ ୬୨ ବର୍ଷ ଥିବାବେଳେ ବର୍ତ୍ତମାନ ସିଡିଏସ୍ ଙ୍କ ଅବସର ନେବା ବୟସ ବର୍ଦ୍ଧିତ ହୋଇ ୬୫ ବର୍ଷ କରାଯାଇଛି। ରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବା ସହ ରକ୍ଷାମନ୍ତ୍ରୀଙ୍କ ପ୍ରଧାନ ସେନା ପରାମର୍ଶଦାତା ଭାବେ କାମ କରନ୍ତି ସିଡିଏସ୍ ।ସେନା ଅଭିଯାନ ସମୟରେ ୩ ସେନା ସହ ଖାପଖୁଆଇ ବିଚାରବିମର୍ଶ କରିବାର କାମ କରିବେ ସିଡିଏସ୍। ସେନା ଅଭିଯାନ ସମୟରେ ୩ ସେନା ସହ ଖାପଖୁଆଇ ବିଚାରବିମର୍ଶ କରିବାର କାମ କରିବେ ସିଡିଏସ୍ । ସିଡିଏସ୍ ପଦବୀରେ ଚାରୋଟି ଷ୍ଟାର ଜେନେରାଲ୍ ର୍ୟାଙ୍କର ସେନା ଅଧିକାରୀଙ୍କୁ ନିଯୁକ୍ତି କରାଯିବ । ସିଡିଏସ୍ ଙ୍କୁ ତିନି ସେନା ପ୍ରମୁଖଙ୍କ ପାଖାପାଖି ଦରମା ମିଳିବ ।

loading...

Leave A Reply

Your email address will not be published.