Breaking

ଆପୋଲୋ ପାଈ ବଢିଲା ଅଡୁଆ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କିଡନୀ ଚୋରି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ସଂପୂର୍ଣ୍ଣ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ବେଆଇନ ଭାବେ ତାଙ୍କ ପଡୋଶୀ ରାଘବ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଏନେଇ ୨୦୧୬ରେ ଜାନୁୟାରୀ ୩ ତାରିଖରେ ଅନିଲ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ ।ସେହି ମାସ ୫ ତାରିଖରେ ମାନବାଧିକାରୀ କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁଇ ଦିନ ତଳେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମାନବାଧିକାର କମିସନ । ମୁଖ୍ୟ ଶାସନ ସଚିବଙ୍କୁ ଆପୋଲୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଈ ତାଗିତ୍ କରିଛନ୍ତି ମାନବାଧିକାର କମିଶନ। ତଦନ୍ତ ସହ ପିଡିତାଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଈ ତାଗତ୍ କରିଛନ୍ତି କମିଶନ। ତେବେ ଆପୋଲୋ ପକ୍ଷରୁ ଆବେଦନକୁ ଖାରଚ୍ କରିଛନ୍ତି ମାନ୍ୟବର କମିଶନ ।

loading...

Leave A Reply

Your email address will not be published.