Breaking

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର :ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପଡେସ୍କ ଏବଂ ଲାଗୋ ଉନ୍ମୋଚିତ କରିଥିଲେ।ବିଜୁ ସ୍ୱାସ୍ଥ୍ୟ କଲ୍ୟୃାଣ ଯୋଜନାରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ଲୋକ ଉପକୃତ ହେବେ।ରାଷ୍ଟ୍ରୀୟ କୃଷିବିକାଶ ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଚାଷୀ ପରିବାର ଏହି ଯୋଜନାର ସୁଫଳ ପାଇବେ । ହିତାଧିକାରୀ ପରିବାର ୧ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବା ସହ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ୪ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇବେ । ମହିଳାମାନଙ୍କ ପାଇଁ ଏହି ଯୋଜନାରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ମିଳିବ । ଏହାଦ୍ୱାରା ୧କୋଟି ୨ଲକ୍ଷ ମହିଳା ସୁବିଧା ପାଇବେ ।ଜିଲା ମୁଖ୍ୟ ଚିକିତ୍ସାଳୟ ଓ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ପ୍ରଦାନ କରାଯିବ। ଏହି ଯୋଜନାର ହିତାଧିକାରୀଙ୍କୁ ଡାକ୍ତରଖାନାରେ ଓଟି, ଅସ୍ତ୍ରୋପଚାର, ଆଇସିୟୁ ସେବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହାସହ ଆଜିଠାରୁ ଜିଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍ପଡେସ୍କ କାର୍ଯ୍ୟକ୍ଷମ ହୋଇଛି।

loading...

Leave A Reply

Your email address will not be published.