Breaking

୧୯୪୭ରେ ଦେଶ ପାଳୁଥିଲା ସ୍ୱାଧୀନତା ଉତ୍ସବ, ମାତ୍ର ଗାନ୍ଧିଜୀ ଥିଲେ ଦୁଃଖୀ, କରିଥିଲେ ଉପବାସ

0

ନୂଆଦିଲ୍ଲୀ: ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦିଲ୍ଲୀରୁ ପଲ୍ଲୀ ପର୍ୟ୍ୟନ୍ତ ସବୁଠି ତ୍ରିରଙ୍ଗା ଉଡୁଛି । ଅହିଂସାର ପୂଜାରୀ ମହାତ୍ମା ଗାନ୍ଧି ସ୍ୱାଧୀନତାର ଲଢ଼େଇ ଲଢ଼ି ଦେଶକୁ ସ୍ୱାଧୀନ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ୱାଧୀନ ହେବାର ବିଧିବଦ୍ଧ ଭାବେ ଘୋଷଣା ହୋଇଥିଲା । ଜବାହାରଲାଲ ନେହେରୁ ଲାଲକୀଲା ଠାରେ ପତାକା ଉଡାଇଥିଲେ । ଦେଶବାସୀ ଖୁସିରେ ଝୁମୁଥିଲେ । ମାତ୍ର ଏହିସବୁ ଉତ୍ସବ ଠାରୁ ଦୂରେଇ ଗାନ୍ଧିଜୀ କଲିକତାରେ ଏକୁଟିଆ ଥିଲେ ।

ଗାନ୍ଧିଜୀଙ୍କ ଦୁଃଖର କାରଣ ଥିଲା ହିନ୍ଦୁ ମୁସ୍‌ଲିମ ଦଙ୍ଗା । ହିନ୍ଦୁ ମୁସ୍‌ଲିମ ଦଙ୍ଗା ଓ ବିଭାଜନ ସର୍ତ୍ତରେ ସ୍ୱାଧୀନତା ମିଳିଥିବାରୁ ଗାନ୍ଧିଜୀ ଦୁଃଖିତ ଥିଲେ । କଂଗ୍ରେସର କିଛି ବରିଷ୍ଠ ନେତା ତାଙ୍କୁ ବୁଝାଇ ଦିଲ୍ଲୀ ଆଣିବା ପାଇଁ କଲିକତା ମଧ୍ୟ ଯାଇଥିଲେ । ମାତ୍ର ଗାନ୍ଧି ସମସ୍ତଙ୍କୁ ଫେରାଇ ଦେଇଥିଲେ । ସ୍ୱାଧୀନତାର ସକାଳେ ଗାନ୍ଧିଜୀ ଉପବାସ ରଖିଥିଲେ । ସକାଳୁ ଚରଖା କାଟି ଥିଲେ ଓ ପରେ ଚରଖା କାଟିବାକୁ ଉତ୍ସବର ନାଁ ଦେଇଥିଲେ ।

ଗାନ୍ଧି ଦେଶର ବିଭାଜନକୁ ନେଇ ଖୁସି ନଥିଲେ । ସ୍ୱାଧୀନତା ମିଳିବାର କିଛି ସମୟ ପୂର୍ବରୁ ନେହେରୁ ଓ ଗାନ୍ଧିଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ନେହେରୁ ଗାନ୍ଧିଜୀଙ୍କ କଥା ଶୁଣୁନଥିଲେ । ମହାନ ସମାଜବାଦୀ ନେତା ଡା. ରାମ ମନୋହର ଲୋହିଆଙ୍କ ପୁସ୍ତକ ‘ଭାରତ ବିଭାଜନ କେ ଗୁନହଗାର’ରେ ଲେଖା ହେଇଛି କି ନେହେରୁ ଓ ବଲ୍ଳଭ ଭାଇ ପଟେଲ ଭାରତ ବିଭାଜନ ସମ୍ପର୍କରେ ଗାନ୍ଧିଙ୍କୁ ପର୍ୟ୍ୟାପ୍ତ ସୂଚନା ଦେଇନଥିଲେ । ଫଳରେ ଦେଶ ବିଭାଜନ ହୋଇ ହିନ୍ଦୁ ମୁସ୍‌ଲିମ ଦଙ୍ଗା ସୃଷ୍ଟି ହୋଇଥିଲା ।

loading...

Leave A Reply

Your email address will not be published.